29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶମୋଦୀ ଓ ହସିନାଙ୍କ ଦ୍ୱାରା ୩ ପ୍ରକଳ୍ପ ଉଦ୍‌ଘାଟିତ

ମୋଦୀ ଓ ହସିନାଙ୍କ ଦ୍ୱାରା ୩ ପ୍ରକଳ୍ପ ଉଦ୍‌ଘାଟିତ

ଅଗରତାଲା: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ବାଂଲାଦେଶ ପ୍ରତିପକ୍ଷ ଶେଖ୍ ହସିନା ବୁଧବାର ମିଳିତଭାବେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ୩ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । ତ୍ରିପୁରାର ନିଶ୍ଚିନ୍ତପୁର ଓ ବାଂଲାଦେଶର ଗଙ୍ଗାସାଗର ମଧ୍ୟରେ ନିର୍ମିତ ରେଳପଥ ଏହି ପ୍ରକଳ୍ପ ମଧ୍ୟରେ ଅନ୍ୟତମ । ଅନ୍ୟ ଦୁଇଟି ପ୍ରକଳ୍ପ ହେଉଛି ୬୫ କିମି ଦୂରତ୍ୱ ବିଶିଷ୍ଟ ଖୁଲ୍‌ନା-ମୋଙ୍ଗଲା ପୋର୍ଟ ରେଳପଥ ଏବଂ ବାଂଲାଦେଶର ରାମପାଲଠାରେ ନିର୍ମିତ ମେହତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ୍‌ର ୨ୟ ୟୁନିଟ୍ । ଅଗରତାଲା ଓ ଆଖାଉରା ମଧ୍ୟରେ ନିର୍ମିତ ୧୫ କିମି ଦୈର୍ଘ୍ୟ ବିଶିଷ୍ଟ ରେଳପଥ ଯୋଗୁଁ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ବୃଦ୍ଧି ପାଇବା ସହ ଅଗରତାଲାରୁ ଭାୟା ଢାକା ଦେଇ କୋଲକାତାକୁ ଯାତାୟାତ ସମୟସୀମା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହି ଅବସରରେ ଉଭୟ ମୋଦୀ ଓ ହସିନା କହିଛନ୍ତି ଯେ ଏଭଳି ପ୍ରକଳ୍ପ ଉଦ୍‌ଘାଟିତ ହେବାଫଳରେ ଭାରତ ଓ ବାଂଲାଦେଶ ମଧ୍ୟରେ ବନ୍ଧୁତା ଆହୁରି ନିବିଡ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking