ଦିଲ୍ଲୀ : ଆଜି ହେଉଛି ‘ଜାତୀୟ ଏକତା ଦିବସ’ | ଆଜିର ଦିନ ଅର୍ଥାତ୍ ୩୧ ଅକ୍ଟୋବରକୁ ଭାରତରେ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରାଯାଏ । ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀକୁ ବର୍ତ୍ତମାନ ‘ଜାତୀୟ ଏକତା ଦିବସ ବା ରାଷ୍ଟ୍ରିୟ ଏକତା ଦିବସ’ ଭାବରେ ପାଳନ କରାଯାଉଛି । ୨୦୧୪ରେ ଘୋଷଣା କରାଯାଇଥିଲା ଯେ ଭାରତରେ ଅକ୍ଟୋବର ୩୧ ତାରିଖକୁ ‘ଜାତୀୟ ଏକତା ଦିବସ’ ରୂପେ ପାଳନ କରାଯିବ | କେନ୍ଦ୍ର ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଅବସରରେ ଆମ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦକୁ ପ୍ରତିହତ କରିବା ପାଇଁ ଆମ ଦେଶର ଅନ୍ତର୍ନିହିତ ଶକ୍ତି ଏବଂ ସ୍ଥିରତାକୁ ନିଶ୍ଚିତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ”ସ୍ୱାଧୀନତା ପାଇଁ ସର୍ଦ୍ଦାର ପଟେଲଙ୍କ ଅଦ୍ୱିତୀୟ ଅବଦାନ ରହିଛି। ଯାହା ପରେ ସର୍ଦ୍ଦାର ପଟେଲଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନିୟୋଜିତ କରାଯାଇଥିଲା, ଏବଂ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତ ହୋଇଥିଲା ଭାରତ। ସର୍ଦ୍ଦାର ବଲ୍ଲବଭାଇ ପଟେଲ ୩୧ ଅକ୍ଟୋବରରେ ୧୮୭୫ରେ ଗୁଜୁରାଟର ଖେଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଏକ ସରଳ କୃଷକ ପରିବାରର ଜଣେ ବାଳକ ନିଜର ପରିଶ୍ରମ ଏବଂ ଦକ୍ଷତା ବଳରେ ଭବିଷ୍ୟତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । ବଲ୍ଲଭଭାଇ ପଟେଲ ମଦ୍ୟପାନ, ଅସ୍ପୃଶ୍ୟତା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ଲଢିଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଅନେକ ଥର ଜେଲ ଯାଇଥିଲେ କିନ୍ତୁ ପଟେଲଙ୍କ ଦୃଢ଼ତା ଆଗରେ ବ୍ରିଟିଶ ସରକାରକୁ ନତମସ୍ତକ ହେବାକୁ ପଡିଲା । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରମାନଙ୍କୁ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବାକୁ ଉଦ୍ୟମ କରିବାକୁ ଉତ୍ସାହିତ କରିବା ପାଇଁ ରାଷ୍ଟ୍ରିୟ ଏକତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଦେଶ ଅନୁଯାୟୀ, ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ଷେତ୍ର ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନଗୁଡ଼ିକ ଅକ୍ଟୋବର ୩୧ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିବା ପାଇଁ ପ୍ରତିଶ୍ରୁତି ସମାରୋହର ଆୟୋଜନ କରିବା ଆବଶ୍ୟକ |