30.1 C
Bhubaneswar
Monday, October 21, 2024
Homeଓଡିଶାନଭେମ୍ବର ୮ ଯାଏଁ ଘୁଞ୍ଚିଲା ବସ୍ ଧର୍ମଘଟ ନିଷ୍ପତ୍ତି

ନଭେମ୍ବର ୮ ଯାଏଁ ଘୁଞ୍ଚିଲା ବସ୍ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ୱର: ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ନେଇ ଆସନ୍ତା ନଭେମ୍ବର ୮ ତାରିଖରେ ନିଷ୍ପତ୍ତି ନିଆଯିବ । ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ନଭେମ୍ବର ୧ ତାରିଖରେ ୧୦ଟି ଜିଲ୍ଲାରେ ହେବ ବସ୍ ଧର୍ମଘଟ ହେବ । ଭବାନୀପାଟଣା ସହ ଆଖପାଖ ୧୦ ଜିଲ୍ଲାରେ ଧର୍ମଘଟ ଚେତାବନୀ ଦେଇଛନ୍ତି । ନଭେମ୍ବର ୧ ତାରିଖରୁ ଭବାନୀପାଟଣାରୁ ଲକ୍ଷ୍ମୀ ବସ୍ ଚଳାଚଳ କରିବ । ତେଣୁ ବସ୍ ଚଳାଚଳ କଲେ ଧର୍ମଘଟ ହେବ । କିନ୍ତୁ ସରକାର ଯଦି ଦାବି ମାନନିଅନ୍ତି, ତାହେଲେ ଧର୍ମଘଟ ହେବ ନାହିଁ । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଆହୁରି ସହଜ କରିବା ପାଇଁ ‘ଲକ୍ଷ୍ମୀ ବସ୍‌’ ଶୁଭାରମ୍ଭ କରିଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ନିଜର ଦାବି ରଖିଛି । ଗତ ୨୦ ତାରିଖ ଦିନ ଘରୋଇ ବସ୍ ମାଲିକ ସଂଘ ପ୍ରାୟ ୧୫ ଘଣ୍ଟା ଯାଏଁ ଯାତ୍ରୀବାହୀ ବସ୍ ଧର୍ମଘଟ ରଖିଥିଲା ।

ସେହିଦିନ ସନ୍ଧ୍ୟାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବହନ ବିଭାଗ ସହିତ ଆଲୋଚନା ପରେ ସଂଘ ଆଗାମୀ ୩୧ ତାରିଖ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଥିଲା । ଏନେଇ ଗତ ୨୬ ତାରିଖ ଦିନ ପରିବହନ ବିଭାଗ ଓ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ମଧ୍ୟରେ ଆଲୋଚନା ହୋଇଥିଲା । ଖାରବେଳ ଭବନରେ ଅନୁଷ୍ଠିତ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ଆଲୋଚନା ସଫଳ ହୋଇନି କି ବିଫଳ ମଧ୍ୟ କୁହାଯାଇପାରିବ ନାହିଁ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଧର୍ମଘଟ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ଅଛି । କିନ୍ତୁ ଧର୍ମଘଟ ପ୍ରତ୍ୟାହୃତ ହୋଇନାହିଁ । ଆମେ ସରକାରଙ୍କୁ ଆମ ଦାବି ସଂପର୍କରେ ଜଣାଇଛି । ଆଗାମୀ ଦିନରେ ବସ୍ ଧର୍ମଘଟ ହେବ କି ନାହିଁ, ତାହା ସରକାରଙ୍କ କାର୍ଯ୍ୟପନ୍ଥା ଏବଂ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ସଂଘର ସାଧାରଣ ବୈଠକ ପରେ ନିଷ୍ପତ୍ତି ହେବ । ଆମେ ସରକାରଙ୍କୁ ଆମର ରୁଟ୍ ଚାର୍ଟ ଦେଇଛୁ ଏବଂ ସରକାରଙ୍କ ରିଜୋଲ୍ୟୁସନକୁ ଅପେକ୍ଷା କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking