26.1 C
Bhubaneswar
Thursday, November 28, 2024
Homeଓଡିଶା୧୩ ବର୍ଷ ପରେ ଯୌତୁକ ନିର୍ଯାତନା ଅଭିଯୋଗ: ମହିଳା ଥାନାର ଏତଲା

୧୩ ବର୍ଷ ପରେ ଯୌତୁକ ନିର୍ଯାତନା ଅଭିଯୋଗ: ମହିଳା ଥାନାର ଏତଲା

କଟକ: ବିବାହର ୧୩ ବର୍ଷ ପରେ ଶାଶୁଘରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ବୋହୂ । ମଧୁପାଟଣା ଥାନା ଅନ୍ତର୍ଗତ କାଜିଡିହ ଅଞ୍ଚଳର ସୁନିତା  ନିଜ ସ୍ୱାମୀଙ୍କ ସମେତ ଶାଶୂ, ଶଶୁର ଓ ନଣନ୍ଦ ସମସ୍ତେ ତାଙ୍କୁ ମିଳିମିଶି ଯୌତୁକ ନିର୍ଯାତନା ଦେଉଥିବା ନେଇ ସେ କଟକ ମହିଳା ଥାନାର ଦ୍ୱାରସ୍ତ ହୋଇଛନ୍ତି । କାଜିଡିହ ଅଞ୍ଚଳର ଏମ. ରାଜେଶ୍ୱର ରାଓଙ୍କ କନ୍ୟା ସୁନୀତା ଭୁବନେଶ୍ୱର ଆଇଗିଣିଆ ଅଞ୍ଚଳର ଡ. ଏନ୍‌. ସଦାଶିବ ରାଓଙ୍କ ପୁଅ ଏନ୍‌. ରାଜେଶଙ୍କୁ ବିବାହ କରିଥିଲେ । ଏହି ବିବାହ ବୈଦିକ ରୀତିନୀତିରେ ୨୦୧୦ ମସିହା ନଭେମ୍ବର ମାସରେ କଟକଠାରେ ହୋଇଥିଲା । ବିବାହର ବର୍ଷେ ପରେ ସୁନୀତା ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା ।

ଏବେ ତାଙ୍କର ୯ ବର୍ଷର ଏକ ପୁତ୍ର ସନ୍ତାନ ରହିଛି । ସୁନୀତାଙ୍କୁ ତାଙ୍କ ଶ୍ୱଶୁର ଯୌନ ନିର୍ଯାତନା ଦେଉଛନ୍ତି ବୋଲି ବୋଲି ସେ ଅଭିଯୋଗ କରିଛନ୍ତି ।  ପରିବାର ସମ୍ମାନକୁ ଦେଖି ସୁନୀତା ସବୁକିଛି ସହି ଯାଉଥିଲେ । ତେବେ ଗତ ସେପ୍େଟମ୍ବର ମାସ ୪ ତାରିଖରେ ସୁନୀତାଙ୍କୁ ଶାଶୂଘର ଲୋକେ ବୁଝାଇ ବାପଘର ବୁଲି ଆସିବା ପାଇଁ କହିଥିଲେ । ଆଉ ସୁନୀତା ବାପାଘରକୁ ଆସିଲା ପରେ ଡିଭର୍ସ ପେପର ଘରେ ପହଞ୍ଚିଥିଲା । ସୁନୀତା ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking