24.1 C
Bhubaneswar
Sunday, October 20, 2024
Homeଓଡିଶାଆସନ୍ତାକାଲି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ଏହି ସ୍ଵତନ୍ତ୍ର ନୀତିକାନ୍ତି

ଆସନ୍ତାକାଲି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ଏହି ସ୍ଵତନ୍ତ୍ର ନୀତିକାନ୍ତି

ପୁରୀ : ଆସନ୍ତାକାଲି କୁମାରପୂର୍ଣ୍ଣମୀରେ ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି କାନ୍ତି କରାଯିବ। ପୁରୀକୁ ରାତ୍ର ୧ଟା ୪ମିନିଟ୍ ୪୫ ସେକେଣ୍ଡ ରେ ଗ୍ରହଣ ସ୍ପର୍ଶ କରିବ । ଆଜି ରାତି ୨ ଟାରେ ଦ୍ଵାର ଫିଟା ପରେ ଭିତର ଶୋଧ କରାଯାଇ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି , ଅବକାଶ ନୀତି ପରେ ଭୋର ୪.୩୦ ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ ସରିବ। ଏହାପରେ ଅନ୍ୟାନ୍ୟ ନୀତି ହୋଇ ଆସନ୍ତାକାଲି ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ସକାଳ ଧୂପ , ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳଧୂପ ସରିବ। ଅପରାହ୍ନ ୨ ଟା ରେ ଗ୍ରହଣ ମହାସ୍ନାନ ଶେଷ ହେବ । ସେହିଦିନ ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଅପରାହ୍ନ ୩.୦୦ ରୁ ୩.୩୦ ମଧ୍ୟରେ ଖଇ କୋରା ଭୋଗ ହେବ। ଗତ ୧୬ ତାରିଖରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ହୋଇଥିବା ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ସହ ଗ୍ରହଣ ନୀତି ନିର୍ଘଣ୍ଟ ହୋଇଥିଲା। ଏପଟେ କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ। ସେଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଚନ୍ଦ୍ର ଗ୍ରହଣ ଲାଗିବ ରାତି ୧ଟା ୪୪ ମିନିଟ ୫ ସେକେଣ୍ଡରେ । କିନ୍ତୁ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟାବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ । ରାତି ୨ଟା ୨୩ ମିନିଟ ଯାଏ ସମସ୍ତ ଶୁଭକାର୍ଯ୍ୟ, ଦେବନୀତି ବାରଣ କରାଯାଇଛି । ରାହୁ ଗ୍ରସ୍ତଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି। ପାକ ନିଷେଧ ସତ୍ୱେ ରାତିରେ ଶୁଖିଲା ଖାଦ୍ୟ ଖାଇ ପାରିବେ। ତେବେ ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା। ତେବେ ଆସନ୍ତାକାଲି ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରେ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ୨୯ ତାରିଖ ରାତି ଗୋଟାଏ ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ୧ଘଣ୍ଟା ୧୯ ମିନିଟ୍ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking