32.1 C
Bhubaneswar
Monday, October 21, 2024
Homeଓଡିଶାମହୁ ମାଛି ଆକ୍ରମଣରେ ୩ ଗୁରୁତର

ମହୁ ମାଛି ଆକ୍ରମଣରେ ୩ ଗୁରୁତର

କଲମପୁର : ଇଛାପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଶବକୁ ଦାହ ସଂସ୍କାର ପାଇଁ ହାତୀ ନଦୀ କୂଳର ଥିବା ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଦାହ ସଂସ୍କାର କରାଯାଉଥିବା ବେଳେ ହଠାତ୍ ଶହ ଶହ ସଂଖ୍ୟାରେ ମହୁ ମାଛି ସବୁ ଉଡି ଆସି ଦାହ ସଂସ୍କାରେ ସାମିଲ ହେଇଥିବା ଲୋକଙ୍କୁ କାମୁଡି ଗୋଡାଇଥିଲା। ମହୁ ମାଛି ଆକ୍ରମଣରୁ ବର୍ତିବା ପାଇଁ ଯିଏ ଯୁଆଡେ ଦୌଡିଥିଲେ। କିନ୍ତୁ ୧୦ରୁ ଅଧିକ ଲୋକ ମହୁ ମାଛି କାମୁଡାର ଶିକାର ହେଇଥିଲେ ମଧ୍ୟ ୩ ଜଣ ବ୍ୟକ୍ତି ଗୁରୁତର ହେଇଛନ୍ତି। ସେମାନଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।

ସୂଚନା ଅନୁସାରେ ବାବୁକେନ୍ଦୁଗୁଡା ଗ୍ରାମର ବୁଦାର ବେମାଲ, ନିରାକାର ବେମାଲ ଏବଂ ହର ବେମାଲ ପ୍ରମୁଖଙ୍କ ସମେତ ଅନ୍ୟ କିଛି ଲୋକ ଇଛାପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଦାହ ସଂସ୍କାର ପାଇଁ ଶବକୁ ନେଇ ହାତୀ ନଦୀକୁଳସ୍ଥିତ ଶ୍ମଶାନକୁ ନେଇଥିଲେ। ସେଠାରେ ଦାହ ସଂସ୍କାର ପାଇଁ ନିଆଁ ଲଗାଇଥିବା ବେଳେ ହଠାତ୍ ଧୁଆଁର ପ୍ରଭାବରେ ନିକଟସ୍ଥ ଗଛରେ ଥିବା ମହୁ ମାଛି ସବୁ ଉଡି ଆସି ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିଥିଲେ। ଏଥିରେ ୧୦ରୁ ଅଧିକ ବ୍ୟକ୍ତି ଶିକାର ହେଇଥିଲେ ମଧ୍ୟ ବାବୁକେନ୍ଦୁଗୁଡାର ୩ ଜଣ ଗୁରୁତର ହେଇଛନ୍ତି। ସେମାନଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking