30.1 C
Bhubaneswar
Monday, October 21, 2024
Homeଓଡିଶାନନ୍ଦନକାନନରେ ନୂଆ ଅତିଥି

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ୱର : ସମସ୍ତ ପର୍ଯ୍ୟଟକ ପ୍ରେମୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ  ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ନିଆ ଯାଇଛି ଏକ ବିଶେଷ ପଦକ୍ଷେପ । ଦୀର୍ଘ ୯ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନଙ୍କୁ ଦେଖେଇବା ପାଇଁ କାସ୍‌ୱାରି ପକ୍ଷୀ ଅଣାଯାଇଛି । ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ହଳେ କାସ୍‌ୱାରି ପକ୍ଷୀ(ଗୋଟିଏ ମାଈ, ଗୋଟିଏ ଅଣ୍ଡିରା) ଆଣିଛନ୍ତି। ଅନ୍ୟ ପ୍ରାଣୀଙ୍କ ଭଳି ସେମାନଙ୍କୁ ମଧ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି ଏବଂ ପରେ ସେମାନଙ୍କୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ। ଏମାନେ ଏଠାରେ ପହଞ୍ଚିବା ପରେ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସୂଚନା ଯୋଗ୍ୟ ଯେ, ୨୦୦୦ ମସିହା ବେଳକୁ ଏଠାରେ ୨ଟି ମାଈ କାସ୍‌ୱାରି ପକ୍ଷୀ ଥିଲେ। ୨୦୧୩ ଅକ୍ଟୋବର ୧୮ରେ ଗୋଟିଏ ଓ ୨୦୧୪ ନଭେମ୍ବର ୬ରେ ଅନ୍ୟଟିର ମୃତ୍ୟୁ ହୋଇଥିଲା। ଏହାପରେ ଠାରୁ ପର୍ଯ୍ୟଟକମାନେ ନନ୍ଦନକାନନରେ ଏହି ପକ୍ଷୀ ଦେଖିବାକୁ ପାଉ ନଥିଲେ । ହେଲେ ହାଇଦ୍ରାବାଦରୁ ଆସିଥିବା ଏହି ହଳକ ପକ୍ଷୀରୁ ବଂଶବୃଦ୍ଧି ହେବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। ମାଈ କାସ୍‌ୱାରି ପକ୍ଷୀ ଟି ଥରକୁ ୮ଟି ପର୍ଯ୍ୟନ୍ତ ବଡ଼ ଅଣ୍ଡା ଦେଇଥାଏ । ଅଣ୍ଡାର ବର୍ଣ୍ଣ ଉଜ୍ବଳ ନୀଳ କିମ୍ୱା ପତ୍ର ରଙ୍ଗ ମିଶା ହୋଇଥାଏ। ୫୦ରୁ ୫୨ ଦିନ ଭିତରେ ଅଣ୍ଡା ଫୁଟିଥାଏ। ଏମାନଙ୍କ ହାରାହାରି ଆୟୁ ୨୦ରୁ ୪୦ ବର୍ଷ। ଏମାନେ ସର୍ବାଧିକ ୯୦ କେଜି ଓଜନ ଓ ୬ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥାଆନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking