16.1 C
Bhubaneswar
Saturday, January 11, 2025
Homeଓଡିଶାଦୁର୍ବଳ ହେଲା ହାମୁନ୍

ଦୁର୍ବଳ ହେଲା ହାମୁନ୍

ଭୁବନେଶ୍ୱର: ଦୁର୍ବଳ ହେଲା ବାତ୍ୟା ‘ହାମୁନ୍’। ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଲିଛି । ଆଜି ସନ୍ଧ୍ୟାରେ ବାଂଲାଦେଶରେ ସ୍ଥଳଭାଗ ଛୁଇଁବାର ଥିଲା ହାମୁନ୍ । କିନ୍ତୁ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ହିଁ ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ।

ତେବେ ବାତ୍ୟା ପ୍ରଭାବରେ ଗଭୀର ସମୁଦ୍ରରେ ଫସିଛି ଜାହାଜ । ଆଜି ସଂଧ୍ୟାରେ ପାରାଦୀପ ପୋର୍ଟରେ ଲାଗିପାରେ ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’ । ପାରାଦୀପଠାରୁ ପ୍ରାୟ ୩୫ ନଟିକାଲ ମାଇଲ ଦୂରରୁ କୋଷ୍ଟଗାର୍ଡ ସିପ୍ ଅମୋଘ ଉଦ୍ଧାର କରିଥିଲା ।

ଅମୋଘ ଭେସଲଟିକୁ ଟାଣି ଟାଣି କୂଳକୁ ଆଣୁଛି । ଆଜି ସଂଧ୍ୟାରେ ଏହା ପାରାଦୀପ ପୋର୍ଟରେ ଲାଗିବ ବୋଲି ଜଣା ପଡ଼ିଛି । ଏହି ଭେସଲରେ ୨୫ ଜଣ କ୍ରିଉ ମେମ୍ବର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking