30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ‘ବାଘ୍ ବକ୍‌ରି ଟି ଗ୍ରୁପ୍‌’ର ମାଲିକ ୪୯ ବର୍ଷିୟ ପରାଗ ଦେଶାଇଙ୍କ...

ମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ‘ବାଘ୍ ବକ୍‌ରି ଟି ଗ୍ରୁପ୍‌’ର ମାଲିକ ୪୯ ବର୍ଷିୟ ପରାଗ ଦେଶାଇଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ଅଳ୍ପ କିଛି ଦିନ ହେବ ଭେଣ୍ଟିଲେଟର୍‌ରେ ଥିବା ‘ବାଘ୍ ବକ୍‌ରି ଟି ଗ୍ରୁପ୍‌’ର (ବାଘ‌ଛେଳି ଚା କମ୍ପାନି) ମାଲିକ ତଥା କାର‌୍ୟ୍ୟନିର୍ବାହୀ ନିର୍ଦେଶକ ପରାଗ ଦେଶାଇଙ୍କର ରବିବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ଗତ ସପ୍ତାହରେ ପାର୍କରେ ସକାଳବୁଲା ବେଳେ ପଡ଼ିଯିବାରୁ ଦେଶାଇଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା। ପ୍ରାୟ ଏକ ସପ୍ତାହ ହେବ ସେ ଡାକ୍ତରଖାନାରେ ଥିଲେ।
‘ଅହମଦାବାଦ ମିରର୍‌’ ରିପୋର୍ଟ ଅନୁସାରେ, ଅକ୍ଟୋବର ୧୫ ତାରିଖ ଦିନ ବୁଲା କୁକୁରମାନଙ୍କୁ ଘଉଡ଼ାଉଥିବା ବେଳେ ସେ ବାସଭବନ ବାହାରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ସେଲ୍‌ବି ହସ୍ପିଟାଲ୍‌କୁ ନିଆଯାଇଥିଲା।
‘ଇନ୍‌ଷ୍ଟାଗ୍ରାମ୍‌’ ପୋଷ୍ଟ୍‌ରେ କମ୍ପାନି ସେୟାର୍ କରିଛି: ଆମର ପ୍ରିୟ ପରାଗ ଦେଶାଇଙ୍କ ମୃତ୍ୟୁ ଖବର ଗଭୀର ଦୁଃଖର ସହିତ ଜଣାଉଛୁ।
ତାଙ୍କର ସ୍ତ୍ରୀ ଓ ଝିଅ ଅଛନ୍ତି।
ପରାଗ ଦେଶାଇ ହେଉଛନ୍ତି ‘ବାଘ୍ ବକ୍‌ରି ଟି ଗ୍ରୁପ୍‌’ର ପରିଚାଳନା ନିର୍ଦେଶକ ରାସେଶ ଦେଶାଇଙ୍କ ପୁଅ। ୧୯୪୭ରେ ଜନ୍ମିତ ରାସେଶ ଦେଶାଇ ହେଉଛନ୍ତି ‘ବାଘ୍ ବକ୍‌ରି’କୁ ଭାରତର ତୃତୀୟ ବୃହତ୍ ‘ପ୍ୟାକେଜଡ୍ ଟି ବ୍ରାଣ୍ଡ୍‌’ରେ ପରିଣତ କରିଥିବା ତୃତୀୟ ପିଢ଼ିର ଉଦ୍ୟୋଗୀ।
କମ୍ପାନି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି, ଯୁକ୍ତରାଷ୍ଟ୍ର ଆମେରିକାର ‘ଲଙ୍ଗ୍ ଆଇଲାଣ୍ଡ୍ ୟୁନିଭର୍ସିଟି’ରୁ ପରାଗ ଦେଶାଇ ‘ଏମ୍‌ବିଏ’ କରିଥିଲେ। ସେ ତାଙ୍କ କମ୍ପାନିର ସେଲ୍‌ସ୍‌, ମାର୍କେଟିଙ୍ଗ୍ ଓ ଏକ୍ସପୋର୍ଟ ବିଭାଗର ମୁଖ୍ୟ ଥିଲେ।
୧୮୯୨ରେ ନରନ୍ଦନ ଦେଶାଇଙ୍କଦ୍ବାରା ଆରମ୍ଭ ହୋଇଥିବା ବାଘ୍ ବକ୍‌ରି ଆଜି ୨୦୦୦ କୋଟି ଟଙ୍କାର ବ୍ୟବସାୟ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking