32.1 C
Bhubaneswar
Friday, September 20, 2024
Homeଖେଳଆଜି ଭାରତ-ବାଂଲାଦେଶ ଚତୁର୍ଥ ମୁକାବିଲା

ଆଜି ଭାରତ-ବାଂଲାଦେଶ ଚତୁର୍ଥ ମୁକାବିଲା

ପୁନେ: ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ତିନିଟି ଯାକ ମ୍ୟାଚ୍ ବିଜୟୀ ହୋଇ ପଏଣ୍ଟ ଟେବଲର ଶୀର୍ଷରେ ରହିଥିବା ଆୟୋଜକ ଭାରତ ଗୁରୁବାର ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ । ପ୍ରଥମ ତିନିମ୍ୟାଚରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ପାକିସ୍ତାନକୁ ହରାଇବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଚତୁର୍ଥ ବିଜୟ ଲକ୍ଷ୍ୟରେ ବାଂଲାଦେଶକୁ ଭେଟିବ । ବାଂଲାଦେଶ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଛି । ଚଳିତ ବିଶ୍ୱକପ୍‌ରେ କøଣସି ଦଳକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ । ନିକଟରେ ଆଫଗାନିସ୍ତାନ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ହରାଇଥିଲା ବେଳେ ନେଦରଲାଣ୍ଡସ ବିଶ୍ୱ ମାନ୍ୟତାର ୩ ନମ୍ବର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ପଏଣ୍ଟ ଟେବୁଲରେ ଭାରତ ୬ ପଏଣ୍ଟ ଓ ବାଂଲାଦେଶ ୨ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି ।

ପିଚ୍ ଓ ପାଣିପାଗ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମର ୱିକେଟ୍ ବ୍ୟାଟ୍ସମ୍ୟାନଙ୍କ ସପକ୍ଷରେ ରହିଛି । ବୋଲରଙ୍କ ତ୍ରୁଟି ପାଇଁ କୌଣସି ସ୍ଥାନ ନାହିଁ ଏବଂ ସେମାନଙ୍କୁ ଶୃଙ୍ଖଳିତ ଲାଇନ୍ ଓ ଲେନ୍ଥ ବଜାୟ ରଖିବାକୁ ପଡ଼ିବ । ଏହି ଷ୍ଟାଡିୟମରେ ଗତ ୧୦ଟି ମ୍ୟାଚରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୩୦୯ ରହିଛି । ଏହି ଷ୍ଟାଡିୟମରେ ପ୍ରଥମେ ଲକ୍ଷ୍ୟ ଧାର୍ଯ୍ୟ କରିବା ପସନ୍ଦର ବିକଳ୍ପ ହେବା ଉଚିତ, ଯେଉଁଥିରେ ଦଳ ୫୭ ପ୍ରତିଶତ ମ୍ୟାଚ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଥାଏ ।
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ତାପମାତ୍ରା ୩୦.୦୮ ଡିଗ୍ରୀ ସେଲସିୟସ ରହିବା ସହ ୪୧% ଆଦ୍ରତା ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଟପ୍ ପ୍ଲେୟାର ରୋହିତ ଶର୍ମା: ଭାରତୀୟ ଅଧିନାୟକ ରୋହିତ ଶର୍ମା ଚଳିତ ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ୩ଟି ମ୍ୟାଚ ଖେଳି ୨୧୭ ରନ ସଂଗ୍ରହ କରିଛନ୍ତି । ଏହି ଓପନର ବ୍ୟାଟର ୭୨.୩୩ ହାର ଓ ୧୪୧.୮୩ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ବିପକ୍ଷରେ ୧୩୧ ରନ୍ କରିଥିବା ବେଳେ ପାକିସ୍ତାନ ବିପକ୍ଷରେ ୮୬ ରନ୍ କରିଥିଲେ । ଗତ ୨୦୧୫ ଓ ୨୦୧୯ ସଂସ୍କରଣରେ ସେ ବାଂଲାଦେଶ ବିପକ୍ଷରେ ଦୁଇଥର ଯାକ ଶତକ ହାସଲ କରିଥିଲେ ।

ମୁସଫିକର ରହିମ: ବାଂଲାଦେଶର ମୁସ୍‌ଫିକର ରହିମ୍ ୩ଟି ମ୍ୟାଚ୍ ଖେଳି ୧୧୯ ରନ୍ କରିଛନ୍ତି ଏବଂ ଚଳିତ ଆଇସିସି କ୍ରିକେଟ୍ ବିଶ୍ୱକପରେ ଦଳର ଏକ ନମ୍ବର ରନ୍ ସ୍କୋରର୍ ଅଛନ୍ତି । ଏହି ୱିକେଟ୍ କିପର ବ୍ୟାଟରଙ୍କ ଷ୍ଟ୍ରାଇକ୍ ରେଟ୍ ୮୩.୮ ରହିଥିବା ବେଳେ ତାଙ୍କର ଆଭରେଜ ୫୯.୫ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସେ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଜଶପ୍ରୀତ ବୁମରା: ଏହି ଭାରତୀୟ ସ୍ପିଡ୍ ଷ୍ଟାର ୩ଟି ମ୍ୟାଚରୁ ୧୧.୬୨ ହାରରେ ୮ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବୁମ୍‌ରା ତିନିଟି ଯାକ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ୪ଟି ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷରେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

ସାକିବ୍ ଅଲ୍ ହାସନ୍‌: ବାଂଲାଦେଶ ଅଧିନାୟକ ଅଲ୍‌ରାଉଣ୍ଡର ସକିବ ଅଲ୍ ହସନ୍ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ୨୭.୨୦ ହାରରେ ୫ଟି ୱିକେଟ୍ ଅକ୍ତିଆର କରିଛନ୍ତି । ୨୦୧୯ ସଂସ୍କରଣରେ ଏହି ଖେଳାଳି ଶ୍ରେଷ୍ଠ ପରଫର୍ମର ରହିଥିଲେ । ଚଳିତ ବିଶ୍ୱକପ୍‌ରେ ପୁଣି ଥରେ ଏହି ଫର୍ମକୁ ମଧ୍ୟ ଫେରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking