34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଅମ୍ପାୟାରଙ୍କ ନିଷ୍ପତ୍ତିକୁ ୱାର୍ଣ୍ଣରଙ୍କ ସମାଲୋଚନା

ଅମ୍ପାୟାରଙ୍କ ନିଷ୍ପତ୍ତିକୁ ୱାର୍ଣ୍ଣରଙ୍କ ସମାଲୋଚନା

ମୁମ୍ବାଇ: ଲକ୍ଷ୍ନୌରେ ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ମାତ୍ର ୧୧ ରନ୍ କରିଥିବା ବେଳେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ଯାହାକୁ ନେଇ ସେ ଅମ୍ପାୟାରଙ୍କ ଉତ୍ତରଦାୟିତ୍ୱ ବଢ଼ାଇବାକୁ ଆହ୍ୱାନ ଦେବା ସହ ବଲ୍ ଟ୍ରାକିଂ ଟେକ୍ନୋଲୋଜି ଉପରେ ନିଜର ହତାଶା ପ୍ରକାଶ କରିଛନ୍ତି । ୱାର୍ଣ୍ଣର ତୁରନ୍ତ ଡିଆର୍‌ଏସ୍ ମାଧ୍ୟମରେ ଏହି ନିଷ୍ପତ୍ତିର ସମୀକ୍ଷା କରିଥିଲେ । କିନ୍ତୁ ବଲ୍ ଟ୍ରାକିଂରୁ ଜଣାପଡ଼ିଥିଲା ଯେ ବଲ୍ ଲେଗ୍ ଷ୍ଟମ୍ପର ବାହାରେ ବାଜୁଛି । ଅମ୍ପାୟାରଙ୍କ ଡାକରା ପାଇ ଅଷ୍ଟ୍ରେଲିଆ ରିଭ୍ୟୁ ରଖିଥିଲେ ମଧ୍ୟ ୱ୍ୱାର୍ଣ୍ଣର ଆଉଟ୍ ହୋଇଥିଲେ ।

ଏହି ସମୟରେ ପଡିଆ ଛାଡିବା ବେଳେ ସେ ରାଗରେ ମୌଖିକ ଭାବେ ଗାଳିଗୁଲଜ କରିଥିଲେ । ତେବେ ସେ କାହିଁକି ବିଚଳିତ ହୋଇପଡ଼ିଥିଲେ ଏବଂ ଆଉଟ୍ ହେବା ପରେ ଅମ୍ପାୟାର ଜୋଏଲ ୱିଲସନ୍‌ଙ୍କୁ କ’ଣ କହିଥିଲେ, ତାହା ଜଣାଇବା ସହ ବ୍ୟାଟିଂ ପରି ଅମ୍ପାୟାରଙ୍କ ନିଷ୍ପତ୍ତିକୁ ମଧ୍ୟ ଷ୍ଟାଟିଷ୍ଟିକ୍ ବୋର୍ଡରେ ଦେଖାଇବା ପାଇଁ ଆହ୍ୱାନ ଦେଇଥିଲେ । ଏପରିକି ପଡଇଆ ଛାଡିଲା ବେଳେ ୱାର୍ଣ୍ଣର ଅମ୍ପାୟାରଙ୍କୁ ପ୍ରଶ୍ନ କରିଥିଲେ । ବଲ୍ ସ୍ୱିଙ୍ଗ ହୋଇ ଲେଗ୍ ଷ୍ଟମ୍ପ ବାହାରକୁ ଯାଉଥିଲା ।

ବଲ୍ ପଛକୁ ସୁଇଂ କରୁଥିଲା । ଏକ୍ଷେତ୍ରରେ ଆଉଟ୍ ଦେବା ସଠିକ୍ ନିଷ୍ପତ୍ତି ନୁହେଁ । ଆଉଟ୍ ହେବା ପରେ ରିପ୍ଲେ ଦେଖିଲେ ବିରକ୍ତ ହେବା ସ୍ୱଭାବିକ, ଯାହା ଆମ ନିୟନ୍ତ୍ରଣ ବାହାରକୁ ଯାଇଥାଏ । ସେଥିପାଇଁ ମନରେ କ୍ରୋଧ ଆସି ଗାଳି ବାହାରିଥାଏ ବୋଲି ୱାର୍ଣ୍ଣର ଜଣାଇଛନ୍ତି । ଅମ୍ପାୟାର ପ୍ୟାନେଲରେ କୌଣସି ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତି ନେଉଥିବା ଲୋକ ଅଛନ୍ତି ବୋଲି ସେ ବିଶ୍ୱାସ କରୁନାହାନ୍ତି, କିନ୍ତୁ ସେ ଅଧିକ ଉତ୍ତରଦାୟିତ୍ୱ ଦେଖିବାକୁ ଚାହୁଁଛନ୍ତି ବୋଲି ବାର୍ଣ୍ଣର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking