ନୂଆଦିଲ୍ଲୀ : ଏକ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନୱାବ ମାଲିକଙ୍କ ଅନ୍ତରୀଣ ଜାମିନ ମିଆଦକୁ ସୁପ୍ରିମକୋର୍ଟ ଆଉ ୩ ମାସ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଅଗଷ୍ଟ ୧୧ରେ ତାଙ୍କୁ ୨ ମାସ ପାଇଁ ଜାମିନ ପ୍ରଦାନ କରାଯାଇଥିଲା । ଗୁରୁବାର ଏହି ମିଆଦ ଶେଷ ହେବାପରେ ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଣି ଜାମିନ ମିଆଦକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । କିଡ୍ନୀ ରୋଗରେ ଆକ୍ରାନ୍ତ ନୱାବ୍ ବର୍ତ୍ତମାନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।