23.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଗଙ୍ଗାଜଳ ଉପରେ ଜିଏସ୍‌ଟି ଗୁଜବକୁ ଖଣ୍ଡନ

ଗଙ୍ଗାଜଳ ଉପରେ ଜିଏସ୍‌ଟି ଗୁଜବକୁ ଖଣ୍ଡନ

ନୂଆଦିଲ୍ଲୀ : ଗଙ୍ଗା ନଦୀର ଜଳକୁ ହିନ୍ଦୁମାନେ ପବିତ୍ର ବୋଲି ମାନୁଥିବାବେଳେ ବିଭିନ୍ନ ପୂଜାପାଠ ଏବଂ ଶୁଭ/ଅଶୁଭ କାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ଗଙ୍ଗାଜଳ ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରୁଛନ୍ତି ବୋଲି ଏକ ସମ୍ବାଦ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି । ଏହି ପ୍ରସଙ୍ଗରେ ସିବିଆଇସି (ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ୍ କଷ୍ଟମ୍‌ସ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସିବିଆଇସି କର୍ତ୍ତୃପକ୍ଷ ଗୁରୁବାର ଏହାକୁ ଗୁଜବ ବୋଲି ଅଭିହିତ କରିବା ସହ ଜିଏସ୍‌ଟି ଲାଗୁ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ଗଙ୍ଗାଜଳ ହେଉଛି ଏକ ପୂଜା ସାମଗ୍ରୀ ଏବଂ ପୂଜା ସାମଗ୍ରୀ ଉପରେ କୌଣସି ଜିଏସ୍‌ଟି ଲାଗୁ କରାଯାଉନଥିବା ସିବିଆଇସି କର୍ତ୍ତୃପକ୍ଷ କହିଛନ୍ତି ।

ବାଟାଲା ହାଉସ୍ ଏନ୍‌କାଉଣ୍ଟର ଘଟଣା; ଅରିଜ୍ ଖାନ୍‌ର ମୃତ୍ୟୁ ଦଣ୍ଡାଦେଶ କୋହଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking