ଭୁବନେଶ୍ୱର: ନିଶା ଛଡ଼ାଇବା ନାଁରେ ନିର୍ଦ୍ଦୁମ ମାଡ଼ । ମଣିଷଙ୍କୁ ପଶୁଠୁ ହୀନ ବ୍ୟବହାର । ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର । ପୁଣି ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା ଅଭିଯୋଗ । ଧଉଳି ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ମୃତକ ହେଲେ ଝରଣା ସାହିର କାଳୁ ନାୟକ।
ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଧଉଳି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । ସିସିଟିଭି ଫୁଟେଜ ଜବତ କରିବା ସହ ମାଲିକଙ୍କୁ ପଚରାଉଚରା କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗତ ୩ମାସ ହେଲା କାଳୁଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡାଯାଇଥିଲା ।