34.1 C
Bhubaneswar
Friday, September 20, 2024
Homeଓଡିଶାଆଜିର ଅନୁଚିନ୍ତା *

ଆଜିର ଅନୁଚିନ୍ତା *

ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା’ ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।
ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି
କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି।

ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି। ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ।

କର୍ମ ଛୋଟ ହେଉ ବା ବଡ଼ ନିଜ କର୍ମ କୁ ସମ୍ମାନ ଦିଅନ୍ତୁ l କର୍ମକୁ ସମ୍ମାନ ଦେବା ଯାହା ଇଶ୍ୱରଙ୍କୁ ସମ୍ମାନ କରିବା ସହ ସମାନ ହୋଇଥାଏ l ସେଥି ପାଇଁ ତ ‘କର୍ମ ହିଁ ଭଗବାନ’ ବୋଲି କୁହଯାଏ ।

*କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର।

ଅଦ୍ୟ ଅକ୍ଟୋବର ମାସ ୦୯ ତାରିଖ ୨୦୨୩ ମସିହା(ସୋମବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୧

ସମ୍ବତ୍ସର-ପିଙ୍ଗଳ

ଆଶ୍ୱିନମାସ- କୃଷ୍ଣପକ୍ଷ

ତିଥି- ଦଶମୀ ଦିବା ଘ୧୨/୨୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ

ନକ୍ଷତ୍ର- ଅଶ୍ଳେଷା

ଚନ୍ଦ୍ର- କର୍କଟ

ଯୋଗ- ସିଦ୍ଧି

କରଣ – ବିଷ୍ଟି

ସୌରମାସ- କନ୍ୟା ୨୩ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୪୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୯

*✧═════•❁❀

ଯୋଗିନୀ ଉତ୍ତରେ ଦିବା ଘ୧୨/୨୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ

ଦଶମୀ ର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ

ମିଥୁନ ରାଶିର ଘାତବାର

✧═════•❁❀❁•═══

କାଳବେଳା -ଦିବା ଘ୦୭/୧୧ ଗତେ ଘ ୦୮/୪୦ ମଧ୍ୟେ

ବାରବେଳା – ଦିବା ଘ୦୨/୨୬ ଗତେ ଘ ୦୪/୦୬ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୦ ମଧ୍ୟେ ଓ ଘ୦୮/୫୫ ଗତେ ଘ୧୧/୨୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଅଦ୍ୟ କଳମଶାଗ ଦିବା ଘ ୧୨/୨୦ ଗତେ ଶିମ୍ବ ଭକ୍ଷଣ ନିଷେଧ

═✧══•❁❀❁•═════

✧═════•❁❀❁•═════✧

ଆଜିର ରାଶିଫଳ*

✧═════•❁❀❁•═════✧

ମେଷ
: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।*

✧═════•❁❀❁•═════✧

ବୃଷ
ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।*

✧═════•❁❀❁•═════✧

*ମିଥୁନ
: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।*

✧═════•❁❀❁•═════✧

*କର୍କଟ
: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।*

✧═════•❁❀❁•═════✧

*ସି˚ହ
ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।*

✧═════•❁❀❁•═════✧

କନ୍ୟା: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।

✧═════•❁❀❁•═════✧

ତୁଳା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।

✧═════•❁❀❁•═════✧

ବିଛା: ଆଧ୍ୟାତ୍ମିକ ଭାବ ଦିନ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।

✧═════•❁❀❁•═════✧

ଧନୁ
: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।*

✧═════•❁❀❁•═════✧

*ମକର
: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।*

✧═════•❁❀❁•═════✧

*କୁମ୍ଭ
ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।*

✧═════•❁❀❁•═════✧

*ମୀନ
l:ପାରିବାରିକକାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking