30.1 C
Bhubaneswar
Saturday, October 5, 2024
Homeବଲିଉଡମହାଦେବ ବେଟିଂ ଆପ ମାମଲାରେ ସାମିଲ ହେଲା ଆଉ ଏକ ବଲିଉଡ ତାରକାଙ୍କ ନାମ

ମହାଦେବ ବେଟିଂ ଆପ ମାମଲାରେ ସାମିଲ ହେଲା ଆଉ ଏକ ବଲିଉଡ ତାରକାଙ୍କ ନାମ

ବ୍ୟୁରୋ : ମହାଦେବ ବେଟିଂ ଆପ ମାମଲାରେ ସାମିଲ ହେଲା ଆଉ ଏକ ବଲିଉଡ ତାରକାଙ୍କ ନାମ । ବଲିଉଡରେ ବଢ଼ିବାରେ ଲାଗିଛି ଇଡି ଆତଙ୍କ । ଏବେ ଇଡିର ନଜର ରହିଛି କମେଡିଆନ ଭାରତୀ ସିଂଙ୍କ ଉପରେ । ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ସାମିଲ ହେବାର ଦେଖା ଯାଇଥିଲା । ସେହି ୧୪ଜଣଙ୍କ ମଧ୍ୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ମଧ୍ୟ ‌ସୌରଭଙ୍କ ବିବାହରେ ଯୋଗ ଦେଇଥିବା ସାମ୍ନାକୁ ଆସିଛି। ସୌରଭଙ୍କ ବିବାହର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଭାରତୀ ବିବାହରେ ଉପସ୍ଥିତ ଅତିଥିମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଯେତେବେଳେ ଭାରତୀଙ୍କୁ ଏ ସମ୍ପର୍କରେ ପଚରାଗଲା ଯେ,  ‌ସୌରଭ କିଏ ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ମୁଁ ସୌରଭଙ୍କୁ ଜାଣିନାହିଁ। ଆପଣମାନଙ୍କଠାରୁ ପ୍ରଥମେ ଶୁଣୁଛି। ସୌରଭ କିଏ? ଯାହା ଜାଣିବାକୁ ଚାହୁଛନ୍ତି ସେଥିପାଇଁ ମୋ ମ୍ୟାନେଜରଙ୍କ ସହ କଥା ହୁଅନ୍ତୁ। ମୁଁ ଏହା ବିଷୟରେ କିଛି ଜାଣେ ନାହିଁ।” ସୂଚନା ଯୋଗ୍ୟ ଯେ, ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର, କମିଡି କିଙ୍ଗ୍ କପିଶ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ବେଟିଂ ଆପର ପରିଚାଳକ ତଥା ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ବାସିନ୍ଦା ସୌରର ଚନ୍ଦ୍ରାକର ଗତ ଫେବୃଆରୀ ଦୁବାଇରେ ବିବାହ କରିଥିଲେ। ଏଥିରେ ସେ ୨ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ଏହାକୁ ନେଇ ଏବେ ଇଡି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking