ନୂଆଦିଲ୍ଲୀ: ବତ୍ତାମାନ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଖୁବ ଚର୍ଚ୍ଚା ହେବାକୁ ଲାଗିଛି । ନୂଆ ନୂଆ ହେୟାର ଷ୍ଟାଇଲ କରିବାରେ ଧୋନୀ ସବୁବେଳେ ମାହିର । ସେ ଅନେକ ପ୍ରକାର ହେୟାର ଷ୍ଟାଇଲରେ ନଜିର ଆସିଛନ୍ତି । ତେବେ ଖେଳ ଆରମ୍ଭ ବେଳେ ଧୋନି ରଖିଥିବା ଲମ୍ବା ଚୁଟି ସବୁବେଳେ ସମସ୍ତଙ୍କର ପସନ୍ଦ ହୋଇ ରହିଛି। ଲମ୍ବା ଚୁଟିରେ ଧୋନି ଭାରତକୁ ୨୦୦୭ ଆଇସିସି ଟି-୨୦ ବିଶ୍ୱକପ ଭେଟି ଦେଇଥିଲେ। ଏହାପରେ ସେ ଚୁଟି କାଟି ଦେଇଥିଲେ। କିନ୍ତୁ ଏବେ ଧୋନି ପୁଣିଥରେ ଲମ୍ବା ଚୁଟିରେ କମବ୍ୟାକ କରିଛନ୍ତି। ସେ ଗୋଟିଏ ବିଜ୍ଞାପନ ଶୁଟିଂ ପାଇଁ ନୂଆ ଲୁକରେ ସାମ୍ନାକୁ ଆସିଥିବା ବେଳେ ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।