29.1 C
Bhubaneswar
Tuesday, October 22, 2024
Homeଓଡିଶାଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ

ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ

ସମାଜର ଅନ୍ତିମ ସୋପନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ: ବିଜେପି

ଭୁବନେଶ୍ୱର : ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ ଦୀନଦୟାଲଜୀ ଏକାତ୍ମ ମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ । ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନୀତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ସମାଜର ସବୁଠୁ ତଳସ୍ତରରେ ବାସ କରୁଥିବା ଲୋକଙ୍କ ପାଖରେ ସମସ୍ତ ସରକାରୀ ବ୍ୟବସ୍ଥା ପହଂଚାଇବାର ପଣ୍ଡିତ ଦୀନଦୟାଲ ଉପଧ୍ୟାୟଜୀଙ୍କ ଅନ୍ତଦ୍ୟୋୟ ଯୋଜନାର ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାର ପ୍ରୟାସ ଜାରୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କ ସମସ୍ତ ଯୋଜନା ଅନ୍ତୋଦ୍ୟୟକୁ ଆଧାର କରି କାର୍ଯ୍ୟକାରୀ କରାଯାଇଛି । ସମାଜର ଅନ୍ତିମ ସୋପନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ । ଆଜି ଏକାତ୍ମ ମାନବବାଦ୍‌ର ପ୍ରତିଷ୍ଠାତା ତଥା ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ୧୦୮ ତମ ଜୟନ୍ତୀ ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପଣ୍ଡିତ ଦୀନଦୟାଲଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଅପରାହ୍ନରେ ଏକାତ୍ମ ମାନବ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅନ୍ତଦ୍ୟୋୟ ଆଧାରିତ କେନ୍ଦ୍ର ସରକାରଙ୍କର ସମସ୍ତ ଗରୀବକଲ୍ୟାଣ ଯୋଜନାଗୁଡିକର ସୁଫଳ ସାଧାରଣ ଲୋକଙ୍କ ପହଂଚାଇବା ଆମ ସମସ୍ତଙ୍କର ପ୍ରାଥମିକତା ଏବଂ ଏହା କରିପାରିଲେ ପଣ୍ଡିତ୍ ଦୀନଦୟାଲଜୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅରୁଣ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ଭୁବନାନନ୍ଦ ତ୍ରିପାଠୀ, ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ରାଜ୍ୟର ପ୍ରତ୍ୟେକ ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ନିର୍ବାଚନମଣ୍ଡଳୀର ବୋଡକ ପଂଚାୟତରେ ଉପସ୍ଥିତ ରହି ପଣ୍ଡିତଜୀଙ୍କୁ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ନିଜ ଅଂଚଳରେ ପଣ୍ଡିତଜୀଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking