17.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶଏନ୍‌ଡିଏରେ ସାମିଲ ହେବ ଜେଡିଏସ୍‌; ଅମିତ ଶାହଙ୍କୁ ସାକ୍ଷାତ ପରେ କୁମାରସ୍ୱାମୀଙ୍କ ନିଷ୍ପତ୍ତି

ଏନ୍‌ଡିଏରେ ସାମିଲ ହେବ ଜେଡିଏସ୍‌; ଅମିତ ଶାହଙ୍କୁ ସାକ୍ଷାତ ପରେ କୁମାରସ୍ୱାମୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ନୂଆ ସାଥୀ ମିଳିଛି । କର୍ଣ୍ଣାଟକର ତୃତୀୟ ନମ୍ବର ପାର୍ଟି ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ଏନ୍‌ଡିଏର ଅଂଶୀଦାର ହେବ । ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଜେଡିଏନ୍ ନେତା ଏଚ୍‌ଡି କୁମାରସ୍ୱାମୀଙ୍କ ସାକ୍ଷାତ ପରେ ଏହି ନିଷ୍ପତ୍ତି ନିଆଯାଇଛି । କୁମାରସ୍ୱାମୀ ଏବଂ ଅମିତ ଶାହଙ୍କ ସାକ୍ଷାତ ବେଳେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ । ବିଜେପି ଏବଂ ଜେଡିଏସ୍ ସହିତ ଦୀର୍ଘଦିନ ଧରି ମେଣ୍ଟକୁ ନେଇ କଥାବାର୍ତ୍ତା ଚାଲିଥିଲା । ଜେଡିଏସ୍ ସହିତ ମେଣ୍ଟ ପରେ କର୍ଣ୍ଣାଟକରେ ବିଜେପିକୁ ଅଧିକ ଆସନ ମିଳିପାରେ ବୋଲି କୁହାଯାଉଛି ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କୁମାରସ୍ୱାମୀ ଏବଂ ଅମିତ ଶାହଙ୍କ ସହିତ ଫଟୋ ଶେୟାର୍ କରି ଏହାର ସୂଚନା ଦେଇଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ସେ ଏହି ମେଣ୍ଟକୁ ସ୍ୱାଗତ କରିଛନ୍ତି । ପୂର୍ବରୁ ବିଜେପି-ଜେଡିଏସ୍ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍‌କୁ ରାଜ୍ୟରେ ୪ଟି ଆସନ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଦକ୍ଷିଣ ଭାରତରେ କର୍ଣ୍ଣାଟକ ବିଜେପିର ସବୁଠୁ ମଜଭୁତ ଗଡ଼ ରହିଆସିଛି । ୨୮ ଆସନ ବିଶିଷ୍ଟ ଏହି ରାଜ୍ୟରେ ଜେଡିଏସ୍‌କୁ ସାଙ୍ଗରେ ନେବା ଫଳରେ ବିଜେପିକୁ ଲାଭ ହୋଇପାରେ । ଏହା ସହିତ ସାମାଜିକ ସମୀକରଣକୁ ଭେଦିବାରେ ମଧ୍ୟ ପାର୍ଟିକୁ ସହାୟତା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking