ବ୍ରାସିଲିଆ : ବ୍ରାଜିଲରେ ଶନିବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ୨ କ୍ରିଉ ମେମ୍ବରଙ୍କ ସହ ୧୨ ଜଣ ଟୁରିଷ୍ଟ ଥିଲେ । ବ୍ରାସେଲସ୍ ସହରର ଉତ୍ତରରେ ଥିବା ଆମାଜନ ରାଜ୍ୟରେ ଏହି ଅଘଟଣ ଘଟିଛି । ଆମାଜନ ଗଭର୍ଣ୍ଣର ୱିଲସନ୍ ଲିମାଙ୍କ ସୂଚନା ଅନୁସାରେ, ବିମାନ କ୍ରାଶରେ ୧୨ ଯାତ୍ରୀଙ୍କ ସହ ୨ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଛି । ବିମାନଟି ଆମାଜନ ରାଜଧାନୀ ମାନାଉସରୁ ବ୍ରାସେଲସ୍ ଯାଉଥିଲା ।
୯୦ ମିନିଟର ଯାତ୍ରା ବେଳେ ରିଓ ନେଗ୍ରୋରେ ଖସି ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ୧୨ ଟୁରିଷ୍ଟ ସ୍ପୋର୍ଟ ଫିସିଂ ପାଇଁ ଯାଉଥିଲେ। ବ୍ରାଜିଲ୍ ସିଭିଲ୍ ଡିଫେନ୍ସର ସୂଚନା ଅନୁସାରେ, ବିମାନେର ୧୨ ଯାତ୍ରୀଙ୍କ ସହ ପାଇଲଟ୍ ଓ କୋ-ପାଇଲଟ୍ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ବିମାନ ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଖରାପ ପାଗରେ ଅବତରଣ ଯୋଗୁଁ କ୍ରାସ୍ ହୋଇଯାଇଥିବା କୁହାଯାଉଛି ।