31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶନିପା ଭାଇରସ୍‌ରୁ କିପରି ବଞ୍ଚିବେ, ଜାଣନ୍ତୁ ଏହାର ଲକ୍ଷଣ

ନିପା ଭାଇରସ୍‌ରୁ କିପରି ବଞ୍ଚିବେ, ଜାଣନ୍ତୁ ଏହାର ଲକ୍ଷଣ

ଭୁବନେଶ୍ୱର: ନିପା ଭାଇରସ୍‌ ଏକ ଜେନେଟିକ୍‌ ରୋଗ । ଯାହା ପଶୁଙ୍କ ଠାରୁ ମଣିଷଙ୍କୁ ହୋଇଥାଏ । ଏହା ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗ ସଂକ୍ରମିତ ହୋଇଥାଏ । ତେବେ କେରଳରେ ନିପା ଭାଇରସ୍‌ ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେଥିପାଇଁ କେରଳର ହେଲଥ୍‌ ଡିପାର୍ଟମେଣ୍ଟ ଏହି ରୋଗକୁ ନେଇ ସାରା ରାଜ୍ୟରେ ଆଲର୍ଟ ଜାରି କରିଛି । ନିପା ଭାଇରସ୍‌ କଣ ? ଏହା ଖାସ କରି ବାଦୁଡି ଠାରୁ ସଂକ୍ରମିତ ହୋଇଥାଏ । ତେବେ ଏହା ବ୍ୟତୀତ ଘୁସୁରି, ଛେଳି, ଘୋଡା, କୁକୁର ଏବଂ ବିଲେଇଙ୍କ ଠାରୁ ଏହି ରୋଗ ସଂକ୍ରମିତ ହୋଇଥାଏ । ଏହି ଭାଇରସ୍‌ ପବନ ଦ୍ୱାରା ସଂକ୍ରମିତ ହୁଏ ନାହିଁ ବରଂ କିଛି ଜିନିଷ ଏବଂ ପାଣି ଦ୍ୱାରା ଏହା ସଂକ୍ରମିତ ହୋଇଥାଏ ।

କିପରି ସଂକ୍ରମିତ ହୋଇଥାଏ ନିପା ଭାଇରସ୍‌ :
ନିପା ଭାଇରସ୍‌ ଖରାପ ଫଳ ଖାଇବା କାରଣରୁ ପଶୁମାନଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ । ଯଦି ବାଡୁଡି କୌଣସି ଫଳ ଖାଇଥାଏ ଏବଂ ସେହି ଖରାପ ଫଳକୁ ମଣିଷ ଖାଇ ଥାଏ ତେବେ ଏହା ମଣିଷ ମଧ୍ୟରେ ସଂକ୍ରମଣ ବଢି ଯାଇଥାଏ । ଏହି ରୋଗ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ନିପା ଭାଇରସ୍‌ ବହୁତ ସହଜରେ ଜଣେ ଲୋକଙ୍କ ଠାରୁ ଅନ୍ୟ ଜଣେ ଲୋକଙ୍କୁ ଆକ୍ରାନ୍ତ ହୋଇପାରେ ।

ନିପା ଭାଇରସ୍‌ର ଲକ୍ଷଣ :
ନିପା ଭାଇରାସ୍‌ରେ ସଂକ୍ରମିତ ହେବା ପରେ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବା ପାଇଁ ମିଳିଥାଏ । ଯେପରି ଜ୍ୱର, ମୁଣ୍ଡବିନ୍ଧା, କାସ, ବାନ୍ତି, ପେଟରେ କଷ୍ଟ ଅନୁଭବ ହେବା ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯାଏ । ଏହି ସଂକ୍ରମଣ ଯୋଗୁ କୋମାକୁ ଯିବାର ମଧ୍ୟ ସମ୍ଭାବନା ରହିଛି । ତେବେ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ମୁତାବକ, ନିପା ଭାଇରସ୍‌ରେ ମୃତ୍ୟୁ ହୋଇଥିବା ଲୋକ ସଂଖ୍ୟା ୪୦ ରୁ ୭୫ % ରହିଛି ।

ନିପା ଭାଇରସ୍‌ରୁ କିପରି ବଞ୍ଚିବେ :
‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ମୁତାବକ, ନିପା ଭାଇରସ୍‌ରୁ ବଞ୍ଚିବା ପାଇଁ କୌଣସି ପ୍ରକାରର ମେଡିସିନ୍‌ କିମ୍ବା ଭେକ୍ସିନ୍‌ ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ । ତେବେ ଯଦି ଆପଣ ଏହି ଭାଇରସ୍‌ରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତାହେଲେ ନିପା ଭାଇରସ୍‌ରେ ସଂକ୍ରମଣ ହେବା ମାତ୍ରେ ଡାକ୍ତରଙ୍କର ପରାର୍ମଶ ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking