29.1 C
Bhubaneswar
Saturday, October 5, 2024
Homeଓଡିଶା“ବିଶ୍ୱକର୍ମା ଯୋଜନା” ଦ୍ୱାରା ସାଧାରଣ କାରିଗରମାନେ ଉପକୃତ ହେବେ : ପ୍ରତାପ ଷଡଙ୍ଗୀ

“ବିଶ୍ୱକର୍ମା ଯୋଜନା” ଦ୍ୱାରା ସାଧାରଣ କାରିଗରମାନେ ଉପକୃତ ହେବେ : ପ୍ରତାପ ଷଡଙ୍ଗୀ

 ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ବିଶ୍ୱକର୍ମା ଯୋଜନା” ର କରିବେ ଶୁଭାରମ୍ଭ

 ୧୭ ତାରିଖରେ ଓଡ଼ିଶାର ୩ଟି ସ୍ଥାନରେ “ବିଶ୍ୱକର୍ମା ଯୋଜନା” ର ଶୁଭାରମ୍ଭ
 ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା, ପୁରୀରେ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ଭାଇ ମୁଞ୍ଜାପରା ଏବଂ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ ଉପସ୍ଥିତ ରହି “ବିଶ୍ୱକର୍ମା ଯୋଜନା” ଶୁଭାରମ୍ଭ କରିବେ
 ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କର ଅନ୍ତୋଦୟର ବିଚାର ଉପରେ ଆଧାରିତ “ବିଶ୍ୱକର୍ମା ଯୋଜନା” ଦ୍ୱାରା ସମାଜର ତଳସ୍ତରଲୋକମାନେ ଲାଭାନ୍ୱିତ ହେବେ

ଭୁବନେଶ୍ୱର : କାରିଗରମାନେ ସମାଜର ସୌନ୍ଦର୍ଯ୍ୟ କରଣ କରୁଛନ୍ତି କିନ୍ତୁ ତାଙ୍କ ବିଷୟରେ ସମାଜରେ କେହି ଚିନ୍ତା କରୁନଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ “ବିଶ୍ୱକର୍ମା ଯୋଜନା”ର ଆରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ଗ୍ରାମୀଣ ଓ ସହରାଚଂଳର ପାରମ୍ପରିକ କାରିଗର ଓ ଶିଳ୍ପକାରମାନେ ଉପକୃତ ହେବେ । କୌଳିକ ବୃତିକୁ ଆପଣାଇ ଯେଉଁମାନେ ଜୀବିକା କରୁଛନ୍ତି ସେମାନଙ୍କ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ “ବିଶ୍ୱକର୍ମା ଯୋଜନା”ରେ ଆର୍ôଥକ ସହାୟତା ଯୋଗାଇ ଦିଆଯିବ । “ବିଶ୍ୱକର୍ମା ଯୋଜନା” ଭଳି ଅଭିନବ ଓ କ୍ରାନ୍ତିକାରୀ ଯୋଜନା ଦ୍ୱାରା ସାଧାରଣ କାରିଗରମାନେ ଉପକୃତ ହେବେ । ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କର ଅନ୍ତୋଦୟର ବିଚାର ଉପରେ ଆଧାରିତ “ବିଶ୍ୱକର୍ମା ଯୋଜନା” ଦ୍ୱାରା ସମାଜର ତଳସ୍ତରଲୋକମାନେ ଲାଭାନ୍ୱିତ ହେବେ ବୋଲି ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ସମାଜର ତଳସ୍ତରର ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା, ତାଙ୍କୁ ଆତ୍ମନିର୍ଭର କରିବା ଏବଂ ରାଷ୍ଟ୍ରୀୟ ବିକାଶରେ ସେମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିବା ପାଇଁ ମୋଦିଜୀଙ୍କ ଜନ୍ମଦିନ ତଥା ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ ଏବଂ ଏଥି ସହ ଦେଶର ବିଭିନ୍ନ ସ୍ଥାନରେ ଏହି ଯୋଜନାର ଏକା ସାଙ୍ଗରେ ଶୁଭାରମ୍ଭ ହେବ । ଓଡ଼ିଶାର ୩ଟି ସ୍ଥାନ ଯଥା, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ଶ୍ରୀ ଜନ୍ ବାର୍ଲା, ପୁରୀରେ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ତଥା ଆୟୁଷ ବିଭାଗ ମନ୍ତ୍ରୀ ମହେନ୍ଦ୍ର ଭାଇ ମୁଞ୍ଜାପରା ଏବଂ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶି୍ୱନୀ ବୈଷ୍ଣବ ଉପସ୍ଥିତ ରହି “ବିଶ୍ୱକର୍ମା ଯୋଜନା” ଶୁଭାରମ୍ଭ କରିବେ । ଏହି “ବିଶ୍ୱକର୍ମା ଯୋଜନା”ରେ କାରିଗରମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ ଓ ଆଇଡି କାର୍ଡ ମିଳିବ । ଏହି ଯୋଜନାରେ ମାତ୍ର ୫ପ୍ରତିଶତ ରିହାତି ମୂଳକ ସୁଧ ହାରରେ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତିଧାରୀମାନଙ୍କ ନିମନ୍ତେ ପିଏମ୍ “ବିଶ୍ୱକର୍ମା ଯୋଜନା” ମଞ୍ଜୁର କରିଛନ୍ତି । ଏହି ଯୋଜନା ପାଇଁ ୨୦୨୩-୨୪ ଆର୍ôଥକ ବର୍ଷଠାରୁ ୨୦୨୭-୨୮ ଆର୍ôଥକ ବର୍ଷ ଭିତରେ ମୋଟ ପ୍ରାୟ ୧୩ହଜାର କୋଟି ଟଙ୍କା ବ୍ୟୟରେ ଏହି ‘ସେଂଟ୍ରାଲ ସେକ୍ଟର ସ୍କିମ୍‌’ ୫ବର୍ଷ ପାଇଁ ଲାଗୁ ହେବ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ଟି ପାରମ୍ପାରିକ ବୃତିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତି କାରିଗର, ପଥର କଟାଳି, ମୋଚି, ରାଜମିସ୍ତ୍ରୀ, ମସିଣା/ଝାଡୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର(ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ଓଡ଼ିଶାରେ ପଛୁଆ ବର୍ଗର ବହୁ ମହିଳା ଯେଉଁମାନେ ନିଜେ ଓ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି କାମ ଗୁଡିକୁ କରୁଛନ୍ତି, ସେମାନେ ଏହି ଯୋଜନାରୁ ଲାଭାନ୍ୱିତ ହେବେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଏହି “ବିଶ୍ୱକର୍ମା ଯୋଜନା”ରେ ସ୍କିଲ ଅପ-ଗ୍ରେଡେସନ୍‌, ଟୁଲ୍‌-କିଟ୍ ଇନସେଂଟିଭ୍‌, ମାର୍କେଟିଂ ସପୋର୍ଟ୍ ଓ ଡିଜିଟାଲ୍ କାରବାର ପାଇଁ ଇନସେଂଟିଭ୍ ସୁବିଧା ମଧ୍ୟ ଦିଆଯିବ । ଦକ୍ଷତା ଅନୁଯାୟୀ ହିତାଧିକାରୀ ଚିହ୍ନଟ କରାଯିବା ସହ ୫ଦିନର ବେସିକ୍ ଟ୍ରେନିଂ ଦିଆଯିବ । ଏହାପରେ ୧୫ଦିନିଆ ଆଡଭାନ୍ସ୍ ଟ୍ରେନିଂ ଦିଆଯିବ ସହ ୫ଶହ ଟଙ୍କା ଦୈନିକ ଭତା ମିଳିବ । ବ୍ୟବସାୟଗତ ସାମଗ୍ରୀ ପାଇଁ ୧୫ହଜାର ଟଙ୍କାର ଅନୁଦାନ ମିଳିବ । ଏହାଛଡା କାରିଗରମାନଙ୍କୁ ମାର୍କେଟ ସହାୟତା ଯୋଗାଇ ଦେବେ ମୋଦି ସରକାର ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking