17.1 C
Bhubaneswar
Monday, December 11, 2023
Homeବଲିଉଡ‘ସିଂଘମ ଏଗେନ’ରେ ଅଜୟଙ୍କ ସହ ନଜର ଆସିବେ ଦୀପିକା

‘ସିଂଘମ ଏଗେନ’ରେ ଅଜୟଙ୍କ ସହ ନଜର ଆସିବେ ଦୀପିକା

ବ୍ୟୁରୋ : ବଲିଉଡ୍ ଅଭିନେତା ଅଜୟ ଦେବଗନ ଖୁବ ଶୀଘ୍ର ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଉପହାର ଦେବାକୁ ଯାଉଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରୁ ତିଆରି ହୋଇଥିବା ଫିଲ୍ମ  ‘ସିଂଘମ’ ଏବଂ ‘ସିଂଘମ – ୨ ‘ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ପୁଣି ଥରେ ଏହାର ଅନ୍ୟ ଏକ ସିକ୍ୱେଲ ପ୍ରସ୍ତୁତ କରୁଛନ୍ତି ରୋହିତ । ନିକଟରେ ଏହି ସିକ୍ୱେଲ ର ନାମ ଘୋଷଣା କରାଯାଇଛି । ‘ସିଂଘମ’ ଏବଂ ‘ସିଂଘମ – ୨ ‘ ପରେ ଏବେ ଆସିବ ‘ସିଂଘମ ଏଗେନ’ । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ଅପୋଜିଟରେ ଦୀପିକା ପାଦୁକୋନଙ୍କୁ ଦେଖା ଯିବେ । ତେବେ ପ୍ରଥମ ଥର ପାଇଁ ଅଜୟ ଦେବଗନ ଏବଂ ଦୀପିକା ପାଦୁକୋନଙ୍କୁ ଗୋଟିଏ ସ୍କ୍ରିନ ସେୟାର କରିବାର ଦେଖାଯିବ । ଏହି ଫିଲ୍ମଟି କୁ ଆକ୍ସନ-କମେଡି ପ୍ରସଙ୍ଗରେ ତିଆରି କରାଯିବ । ସବୁଥର ଭଳି ସିଂଘମ ର ସିକ୍ୱେଲ ଦର୍ଶକଙ୍କୁ ଖୁବ ହସାଇବା ବୋଲି ଆଶା କରାଯାଉଛି । ଏହି ଫିଲ୍ମଟି ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯିବ ।  ଅନ୍ୟ ସିକ୍ୱେଲ ଭଳି ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସ ରେ ସଫଳ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଫିଲ୍ମଟି ର କାହାଣୀରେ କଣ ନୂଆ ରହିଛି ଏବଂ ଅନ୍ୟ କେଉଁ କେଉଁ କଳାକାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking