ନୂଆଦିଲ୍ଲୀ: ଭାରତୀୟ ଶ୍ରେଷ୍ଠ ମହିଳା ବ୍ୟାଡ୍ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଆସନ୍ତା ଏସିଆଡ୍ରେ ପଦକ ଜିତିପାରିବେନି ବୋଲି ଭାରତର ପୂର୍ବତନ ବ୍ୟାଡ୍ମିଣ୍ଟନ୍ କୋଚ୍ ବିମଳ କୁମାର କହିଛନ୍ତି । ଲଗାତା ବିଭିନ୍ନ ଚାମ୍ପିଅନ୍ଶିପ୍ରେ ସିନ୍ଧୁ ପଦକ ଜିତିବାକୁ ବିଫଳ ହେଉଛନ୍ତି । ଏପରିକି ସେ କୌଣସି ଚାମ୍ପିଅନ୍ଶିପ୍ର ସେମିଫାଇନାଲ ପର୍ଯ୍ୟନ୍ତ ଯିବାକୁ ସକ୍ଷମ ହେଉନାହାନ୍ତି । ଯେଉଁଥିପାଇଁ ତାଙ୍କ ନିଜ ଉପରେ ଭରଷା ପାଉନାହିଁ । ଏହା ହିଁ ତାଙ୍କୁ ପଦକରୁ ବଞ୍ôଚତ କରୁଛି ବୋଲି ବିମଳ କୁମାର ପ୍ରକାଶ କରିଛନ୍ତି । ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ସିନ୍ଧୁ ବଳାଗଣ୍ଠିରେ ଯନ୍ତ୍ରଣା ପାଇଁ ୫ ମାସ ବ୍ୟାଡ୍ମିଣ୍ଟନ୍ କୋର୍ଟରୁ ଦୁରରେ ରହିଥିଲେ ।
ଏହାପରେ ସେ ଚାମ୍ପିଅନ୍ଶିପ୍ ଗୁଡିକରେ ଫେଲ ହେବାରୁ ଗତ ସପ୍ତାହରେ ପ୍ରକାଶ ପାଦୁକୋନ୍ଙ୍କ ପିପିବିଏ ଏକାଡେମୀଠାରେ ପ୍ରଶିକ୍ଷଣ ନେଇଛନ୍ତି । ସେଠାରେ ସିନ୍ଧୁଙ୍କୁ ପ୍ରକାଶ ଲୟ ଫେରିବା ପାଇଁ ଅନେକ ଟିପ୍ସ ଦେଇଛନ୍ତି । କିନ୍ତୁ ସିନ୍ଧୁଙ୍କ ମନୋବଳ ପୂର୍ବପରି ରହିନାହିଁ । ଯେପର୍ଯ୍ୟନ୍ତ ସିନ୍ଧୁ ନିଜ ଦକ୍ଷତା ନେଇ ମନୋବଳ ଦୃଢ଼ ନକରିଛନ୍ତି ସେ ପର୍ଯ୍ୟନ୍ତ ସେ ପଦକ ଜିତିବା କଷ୍ଟକର ହେବ ବୋଲି ବିମଳ କହିଛନ୍ତି । ପ୍ରକାଶଯୋଗ୍ୟ, ବିମଳ ଏବେ ପପିବିଏ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି । ସେ ସିନ୍ଧୁଙ୍କ ପ୍ରଶିକ୍ଷଣ ଉପରେ ନିଜର ରଖିଥିଲେ।