18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶନାଇଡୁଙ୍କୁ ସ୍ୱତନ୍ତ୍ର ରୁମ୍ ଓ ଘରୋଇ ଖାଦ୍ୟ ଅନୁମତି

ନାଇଡୁଙ୍କୁ ସ୍ୱତନ୍ତ୍ର ରୁମ୍ ଓ ଘରୋଇ ଖାଦ୍ୟ ଅନୁମତି

ଅମରାବତୀ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନ ଆଜାମହେନ୍ଦ୍ରଭରମ ସେଣ୍ଟ୍ରାଲ ଜେଲ୍‌ରେ ଅବସ୍ଥାନ କରୁଛନ୍ତି । ତେବେ ଚନ୍ଦ୍ରବାବୁଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବାରୁ ତାଙ୍କୁ ଜେଲ୍‌ରେ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା କରିବାକୁ ଅମରାବତୀସ୍ଥିତ ଦୁର୍ନୀତି ନିବାରଣ କୋର୍ଟ ସୋମବାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଚନ୍ଦ୍ରବାବୁଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଏବଂ ଆବଶ୍ୟକ ଔଷଧପତ୍ର ଯୋଗାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାଇଡୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଦକ୍ଷତା ବିକାଶ କର୍ପୋରେସନ ପ୍ରତିଷ୍ଠା ଆଳରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ କ୍ରାଇମବ୍ରାଞ୍ଚ ପୁଲିସ ଶନିବାର ନାଇଡୁଙ୍କୁ ଗିରଫ କରିଥିଲା । ରବିବାର ତାଙ୍କୁ ବିଜୟୱାଡାସ୍ଥିତ ଏସିବି କୋର୍ଟରେ ହାଜର କରାଯିବାପରେ ବିଚାରପତି ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking