34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶ‘ପୁଣିଥରେ ଘଟିପାରେ ଗୋଧ୍ରା ଭଳି କାଣ୍ଡ’, ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ବିବାଦୀୟ ବୟାନ...

‘ପୁଣିଥରେ ଘଟିପାରେ ଗୋଧ୍ରା ଭଳି କାଣ୍ଡ’, ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ବିବାଦୀୟ ବୟାନ ଦେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପୁଣିଥରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ। ଠାକରେ ଦାବି କରିଛନ୍ତି, ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହ ପାଇଁ ସାରା ଦେଶରୁ ବହୁ ସଂଖ୍ୟାରେ ଲୋକେ ଉତ୍ତର ପ୍ରଦେଶର ଅଯୋଧ୍ୟାକୁ ଆସିବାର ସମ୍ଭାବନା ରହିଛି। କିନ୍ତୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବେଳେ ଗୋଧ୍ରା ଭଳି କାଣ୍ଡ ଘଟିପାରେ। ମୁମ୍ବାଇରୁ ପାଖାପାଖି ୪୦୦ କିଲୋମିଟର ଦୂର ଜଳଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଧବ ଠାକରେ ଏହା କହିଛନ୍ତି। ସେ କହିଛନ୍ତି ଯେ ‘ସମ୍ଭାବନା ରହିଛି, ସରକାର ରାମ ମନ୍ଦିର ଉଦ୍‌ଘାଟନ ପାଇଁ ବସ୍‌ ଓ ଟ୍ରକ୍‌ ଯୋଗେ ବହୁ ସଂଖ୍ୟାରେ ଲୋକଙ୍କୁ ଆମନ୍ତ୍ରିତ କରିପାରନ୍ତି। ହେଲେ ସେମାନେ ଫେରିବା ସମୟରେ ଗୋଧ୍ରା ଭଳି ଘଟଣା ଘଟିପାରେ’। କହି ରଖୁଛୁ, ୨୦୦୨ ଫେବୃୟାରୀ ୨୭ରେ ଗୋଧ୍ରା କାଣ୍ଡ ଘଟିଥିଲା। ଗୁଜରାଟର ଗୋଧ୍ରା ଷ୍ଟେସନରେ ସାବରମତି ଏକ୍ସପ୍ରେସ୍‌ରେ ଅଯୋଧ୍ୟାରୁ ଫେରୁଥିବା କରସେବକମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏବଂ ସେମାନେ ବସିଥିବା ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ପରେ ସାରା ରାଜ୍ୟରେ ବଡ଼ ଧରଣର ଦଙ୍ଗା ସୃଷ୍ଟି ହୋଇଥିଲା। ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ନେଇ ତାରିଖ ଘୋଷଣା ହୋଇଯାଇଛି। ୨୦୨୪ ଜାନୁଆରୀ ୨୨ରେ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କୁ ବିରାଜମାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରି ମନ୍ଦିର ଉଦ୍‌ଘାଟନ କରିବେ। ପ୍ରାଣ ପ୍ରତିଷ୍ଠା ହେବାର ଗୋଟିଏ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking