29.1 C
Bhubaneswar
Tuesday, October 22, 2024
Homeଓଡିଶାନିଖିଳ ଉତ୍କଳ ଶିକ୍ଷକ ମହାସଂଘର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର: ଭୁବନେଶ୍ୱରସ୍ଥ ରାଜ୍ୟ ରେଡ଼କ୍ରସ ଭବନ ପରିସରରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ୫୫ତମ ପ୍ରତିଷ୍ଠା ଦିବସ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଅଛି । ପବିତ୍ର ଗୁରୁଦିବସରେ ପ୍ରତିବର୍ଷ ଭଳି ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର “ନୂତନ ଶିକ୍ଷାନୀତି-୨୦୨୦” ଆୟୋଜିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ବିଶିଷ୍ଟ ଶିକ୍ଷାବିତ୍ ଏନ୍‌. ସି.ଆର.ଟିର ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି ମୁଖ୍ୟ ଅତିଥି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବିରେନ୍ଦ୍ର କୁମାର ନାୟକ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଶିକ୍ଷକ ମହାସଂଘର ସଭାପତି ଧନଞ୍ଜୟ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ସଂପାଦକ ଡ. ଦୁଷ୍ମନ୍ତ କୁମାର ନାୟକ ଶିକ୍ଷକ ମହାସଂଘର ଗଠନ, ଗାରିମା ଓ ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରି ଆଗାମୀ ଦିନରେ ଶିକ୍ଷାର ବ୍ୟବସାୟୀ ଓ ଘରୋଇ କରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ବିଶ୍ୱ ଶିକ୍ଷକ ସଂଘର ସଭାପତି ଡ. ଅମିୟ କୁମାର ମହାନ୍ତି ନୂତନ ଶିକ୍ଷାନୀତି କିଭଳି ଶିକ୍ଷାର କଣ୍ଠରୋଧ଼ କରିବା ଆରମ୍ଭ କରିଛି ତା’ର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

ଯୁଗ୍ମ-ସାଧାରଣ ସଂପାଦକ ଅଧ୍ୟାପକ ଉମାକାନ୍ତ ପାତ୍ର କାର୍ଯ୍ୟକ୍ରମର ସଂଚାଳନ କରିବା ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କ ପଦ ମର୍ଯ୍ୟାଦା ପ୍ରତି ସରକାର ଯତ୍ନଶୀଳ ହେବାକୁ ସରକାରଙ୍କ ଠାରେ ଦାବୀ ରଖିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସଂପାଦକ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ା, ଅଧ୍ୟାପକ ବୃନ୍ଦାବନ ମହାପାତ୍ର, ବାସନ୍ତୀ ଦାସ, ବରିଷ୍ଠ ଶିକ୍ଷକ ନେତା ବିବେକାନନ୍ଦ ଦାଶ, ଦିଲ୍ଲୀପ ମିଶ୍ର, ବିଧୁଭୂଷଣ ପଟ୍ଟନାୟକ, ଧନଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ମହାସଂଘର ଉପଦେଷ୍ଠା ଅକ୍ଷୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking