32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଜୁସ କାରଖାନାରେ ଭୟଙ୍କର ବିସ୍ଫୋରଣ; ୨ ମୃତ

ଜୁସ କାରଖାନାରେ ଭୟଙ୍କର ବିସ୍ଫୋରଣ; ୨ ମୃତ

ଗାନ୍ଧୀନଗର: ଗୁଜୁରାଟର ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଭିରପୋର ଗ୍ରାମରେ ଥିବା ତାପି ନାମକ ଫ୍ରୁଟ ଜୁସ ତିଆରି କାରଖାନାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଯନ୍ତ୍ରାଂଶରେ ବୈଷୟୀକ ସମସ୍ୟା ଯୋଗୁଁ ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏନେଇ କାରଖାନାର କର୍ତ୍ତୃପକ୍ଷ କହିଛନ୍ତି ଯେ, କାରଖାନା ମଧ୍ୟରେ ୫ ଜଣ କର୍ମଚାରୀ ମେସିନାରୀ ସ୍ଥାପନ ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ । ଏହି ସମୟରେ କେହି କିଛି ଜାଣିବା ଆଗରୁ ହଠାତ୍ ବିସ୍ଫୋରଣ ହୋଇଥିଲା । ମେସିନାରୀରେ ବୈଷୟୀକ ତୃଟି ଯୋଗୁଁ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ କାର୍ଯ୍ୟ କରୁଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗଷ୍ଟ ୨୭ ତାରିଖରେ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଥିଲା । ସେହିପରି ଜୁଲାଇ ୧୮ ତାରିଖରେ ଛତଶଗଡ଼ର ବାଲୋଦା ବଜାରରେ ଥିବା ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସିମେଣ୍ଟ ପ୍ଲାଣ୍ଟରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ୨ ଆହତ ଶ୍ରମିକଙ୍କୁ ରାଜଧାନୀ ରାୟପୁର ସ୍ଥିତ ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ମାସରେ ମଧ୍ୟ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ବାଣ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ଜୁନ ୧ ତାରିଖରେ ମହାରାଷ୍ଟ୍ର ନାସିକରେ ଥିବା ଜିନ୍ଦଲ କାରଖାନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଥିବା ଖବର । ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ପାରିନଥିବା ବେଳେ କିଛି ଶ୍ରମିକ କାରଖାନାରେ ଫସି ରହିଥିବା ଆଶଙ୍କା ପ୍ରକାଶ ପାଇଥିଲା । ନିଆଁକୁ ଆୟତ କାର୍ଯ୍ୟ ସହ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking