34.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଜେଡିଏସ୍ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ଲୋକସଭା ସଦସ୍ୟତା ରଦ୍ଦ

ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ଲୋକସଭା ସଦସ୍ୟତା ରଦ୍ଦ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟ ଜନତା ଦଳ ସିକ୍ୟୁଲାର (ଜେଡିଏସ୍‌) ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଦେଇଛନ୍ତି । ଏହା ବ୍ୟତୀତ କୋର୍ଟ ତାଙ୍କୁ ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷିତ କରିଛନ୍ତି । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପ୍ରଜ୍ୱଳ ସୁପ୍ରିମ୍‌କୋର୍ଟ ଅପିଲ୍ କରିପାରିବେ । ପ୍ରଜ୍ୱଳ ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚନ କମିଶନ୍ ନିକଟରେ ଦାଖଲ କରିଥିବା ଆଫିଡେଭିଟ୍‌ରେ ମିଥ୍ୟା ସୂଚନା ଦେଇଥିଲେ । ସେ ନିଜର ୨୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ସମ୍ପର୍କରେ ଆଫିଡେଭିଟ୍‌ରେ ତଥ୍ୟ ପ୍ରଦାନ କରିନଥିଲେ ।

ପ୍ରଜ୍ୱଳ ହାସନ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅରକଲାଗୁଡ଼ୁ ମଞ୍ଜୁଙ୍କୁ ହରାଇ ସାଂସଦ ନିର୍ବାଚିତ ହୋଇଥିଲେ । ଫଳାଫଳ ବାହାରିବା ପରେ ମଞ୍ଜୁ ୨୦୧୯ ଜୁନ୍ ୨୬ ତାରିଖରେ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ଏଥିରେ ସେ ଅଭିଯୋଗ କରିଥିଲେ ଯେ ପ୍ରାର୍ଥିପତ୍ର ଦାଖଲ ବେଳେ ଆଫିଡେଭିଟ୍‌ରେ ପ୍ରଜ୍ୱଳ ନିଜ ଆୟ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ । ପ୍ରଜ୍ୱଳ ଜେଡିଏସ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି । ସେ ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହେବାରେ ପାର୍ଟିର ଏକମାତ୍ର ସାଂସଦ ଥିଲେ । ଏବେ ଅଯୋଗ୍ୟ ଘୋଷିତ ହେବାପରେ ଲୋକସଭାରେ ପାର୍ଟି ନିକଟରେ କୌଣସି ସଦସ୍ୟ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking