18.1 C
Bhubaneswar
Tuesday, November 19, 2024
Homeବଲିଉଡଜାଣନ୍ତୁ ଜାନଭୀ କପୁରଙ୍କ ମନର କଥା....

ଜାଣନ୍ତୁ ଜାନଭୀ କପୁରଙ୍କ ମନର କଥା….

ମୁମ୍ବାଇ : ବଲିଉଡ୍ ର ଡ଼ିଭା ଏବଂ ବୋନି କପୁରଙ୍କ ତରୁଣୀ ଜାନଭୀ କପୁର କହିଛନ୍ତି ନିଜ ମନ କଥା । କୁଶା କପିଳାଙ୍କ ସହ ‘ସ୍ବାଇପ ରାଇଡ଼’ ନାମକ ଏକ ଶୋ ରେ ଜାନଭୀ ଏହାର ଖୁଲାସା କରିଛନ୍ତି ।  ଜାନଭୀଙ୍କ ଅନୁସାରେ, ସେ ତାଙ୍କ ସିରିୟସ ବଏଫ୍ରେଣ୍ଡଙ୍କ ସହ ଚୁପି ଚୁପି ଗୋପନରେ ପ୍ରେମ କରୁଥିଲେ । ହେଲେ ତାଙ୍କ ବାପାମାଆ ସେହି ପୁଅଟିକୁ ପସନ୍ଦ କରୁନଥିଲେ । ତେଣୁ କରି ତାଙ୍କର ପ୍ରେମକାହାଣୀ ଅଧିକ ଦିନ ଚାଲି ନଥିଲା । ହେଲେ ଏବେ ଏହି ଡିଭା ପୁଣି ଥରେ ପ୍ରେମରେ ପଡିଛନ୍ତି । ଖବର ଅନୁଯାୟୀ,  ଜାନଭୀ ଏବେ ଶିଖର ପହାଡ଼ିଆଙ୍କୁ ଡେଟ କରୁଛନ୍ତି । ଶିଖର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂଦେଙ୍କ ନାତି ଏବଂ ଜଣେ ଶିଳ୍ପପତି । ଦୁହିଁ ଜଣ ନିଜ ପ୍ରେମ ସମ୍ପର୍କ ବିଷୟରେ ଖୋଲା ଖୋଲି ଭାବରେ କଥା ନହେଲେ ମଧ୍ୟ କୌଣସି ନା କୌଣସି କାରଣରୁ ଦୁଇ ଜଣ ମିଡିଆ ନଜରରେ ଆସି ହିଁ ଯାନ୍ତି । ଜାନଭୀଙ୍କର ଜନ୍ମଦିନରେ ଶିଖର ନିଜ ଇନଷ୍ଟାଗ୍ରାମରେ ଦୁହିଁଙ୍କର ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି, ‘ଜନ୍ମଦିନରେ ଶୁଭେଚ୍ଛା’ । ଜାନଭୀ ଏହା ସହ ଶିଖରଙ୍କୁ ଭିନ୍ନ ଭିନ୍ନ ସମୟରେ ବାପା ବୋନି କପୁରଙ୍କ ସହ ମଧ୍ୟ ଦେଖାଇଛି । ଏଥିରୁ ଲାଗୁଛି ଯେ ଏଥର  ଜାନଭୀଙ୍କର ଭଲପାଇବାକୁ ବାପା ବୋନି କପୁରଙ୍କର ଗ୍ରୀନ ସିଗ୍ନାଲ ମିଳିଯାଇଛି । ତେବେ ଜାନଭୀ 2018ରେ ଧଡକ ଫିଲ୍ମରୁ ବଲିଉଡ୍ ରେ ପାଦ ଦେଇ ଥିଲେ । ଫିଲ୍ମଟି ବକ୍ସ ଅଫିସ ରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ନିକଟରେ ଜାନଭୀଙ୍କୁ ବରୁଣ ଧୱନଙ୍କ ସହ ‘ବୱାଲ’ରେ ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking