ନୂଆଦିଲ୍ଲୀ : ଭାରତୀୟ ପୁରୁଷ ତାରକା ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚଳିତ ବ୍ୟାଡ୍ମିଣ୍ଟନ୍ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ଚାମ୍ପିଅନ୍ଶିପ୍ରୁ ବିଦାୟ ନେଇଛନ୍ତି । ଏହାସହ ଭାରତର ପଦକ ଆଶା ମଧ୍ୟ ମଉଳିଛି । ଦ୍ୱିତୀୟ ସିଡେଡ୍ ଏହି ଯୋଡି ୧୧ତମ ସିଡେଡ୍ ଯୋଡିଙ୍କଠାରୁ ପରାସ୍ତ ହେବାଦ୍ୱାରା ଚାମ୍ପିଅନ୍ଶିପ୍ରେ ଏକ ବୃହତ୍ ବିପର୍ଯ୍ୟୟ ମଧ୍ୟ ସୃଷ୍ଟି ହୋଇଛି ।
କ୍ୱାର୍ଟର ଫାଇନାଲରେ ୧୧ତମ ସିଡେଡ୍ ଡେନ୍ମାର୍କର କିମ୍ ଆଷ୍ଟର୍ପ-ଆଣ୍ଡର୍ସ କାରୁପ ୨୧-୧୮ ଓ ୨୧-୧୯ ସେଟ୍ରେ ସାତ୍ୱିକାସାଇ ଓ ଚିରାଗଙ୍କୁ ସିଧାସଳଖ ପରାସ୍ତ କରିଛନ୍ତି । ଚାମ୍ପିଅନ୍ଶିପ୍ର ଗତ ସଂସ୍କରଣରେ ଭାରତୀୟ ଯୋହଇ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ ପ୍ରି-କ୍ୱାର୍ଟର ଫାଇନାଲରେ ଏହିି ଯୋଡି ଦଶମ ସିଡ୍ ଯୋଡି ଇଣ୍ଡୋନେସିଆର ଲିଓ ରୋଲି କାର୍ଣ୍ଣାଡୋ ଓ ଡାନିଏଲ୍ ମାର୍ଟିନ୍ଙ୍କୁ ପରାସ୍ତ କରିଥିଲେ ।