30.1 C
Bhubaneswar
Monday, October 21, 2024
Homeଓଡିଶାଆଇଆଇସି ପୁଷ୍ପଲତା ରାଉତରାୟ ନିଲମ୍ବିତ

ଆଇଆଇସି ପୁଷ୍ପଲତା ରାଉତରାୟ ନିଲମ୍ବିତ

ଭୁବନେଶ୍ୱର: ଗତ ଜୁଲାଇ ମାସରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଆଜି ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) । ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ପୁଷ୍ପଲତା ରାଉତରାୟ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁଷ୍ପଲତା ରାଉତରାୟ । ଜବତ ହୋଇଥିବା ଏକ ବାଲି ବୋଝେଇ ଗାଡ଼ିକୁ ଛାଡ଼ି ଦେବାକୁ ସେ ଲାଞ୍ଚ ନେଉଥିଲେ ।

ତେବେ ଅଭିଯୋଗକାରୀ ଏନେଇ ପୂର୍ବରୁ ଭିଜିଲାନ୍ସକୁ ଜଣାଇଥିଲେ । ଭିଜିଲାନ୍ସ ତା’ର ଯୋଜନା ପ୍ରକାରେ ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଧରିଥିଲା । ଅଭିଯୋଗକାରୀ ଗତ ଜୁଲାଇ ୨୧ ତାରିଖରେ ପୁଷ୍ପଲତା ରାଉତରାୟଙ୍କୁ ୮୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ପୁଷ୍ପଲତା ଟଙ୍କା ନେବାକୁ ମନା କରି ଦେଇଥିଲେ । ସେ ପୂରା ଲକ୍ଷେ ଟଙ୍କା ନେବେ ବୋଲି କହିଥିଲେ । ତେଣୁ ତା’ପରଦିନ ଅର୍ଥାତ୍ ଜୁଲାଇ ୨୨ ତାରିଖରେ ଅଭିଯୋଗକାରୀ ପୂରା ଲକ୍ଷେ ଟଙ୍କା ନେଇ ଆସିଥିଲେ । ହରଭଙ୍ଗା ଥାନାର ତତ୍‌?କାଳୀନ ଆଇଆଇସି ପୁଷ୍ପଲତା ରାଉତରାୟ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking