17.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶମହିଳା ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି; ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ୩୦୦ ଯାତ୍ରୀ

ମହିଳା ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି; ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ୩୦୦ ଯାତ୍ରୀ

ନୂଆଦିଲ୍ଲୀ: ଜଣେ ମହିଳା ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବୁଧବାର ନୂଆଦିଲ୍ଲୀ ବିମାନବନ୍ଦରରେ ଦୁଇଟି ବିମାନ ମଧ୍ୟରେ ସମ୍ଭାବ୍ୟ ଧକ୍କାକୁ ଏଡାଇ ଦିଆଯାଇଥିବାବେଳେ ଉଭୟ ବିମାନରେ ଥିବା ୩୦୦ ଯାତ୍ରୀ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ବିସ୍ତାରା ଏୟାରଲାଇନ୍ସର ଦୁଇଟି ବିମାନ ଦିଲ୍ଲୀ ବିମାନବନ୍ଦରର ଗୋଟିଏ ରନ୍‌ୱେରେ ମୁହାଁମୁହିଁ ସ୍ଥିତିରେ ଉପନୀତ ହୋଇଥିଲେ । ଦିଲ୍ଲୀ-ଅହମ୍ମଦାବାଦ ଫ୍ଲାଇଟ୍ ଦିଲ୍ଲୀରେ ଅବତରଣ କରିବାପରେ ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ) ପକ୍ଷରୁ ରନ୍‌ୱେ ୨୯ଏଲରେ ଅବତରଣ କରିବାପରେ ରନ୍‌ୱେ ୨୯ଆର୍ ଅତିକ୍ରମ କରି ପାର୍କିଂସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଠିକ୍ ସେହି ସମୟରେ ବିସ୍ତାରା ଏୟାରଲାଇନ୍ସର ଅନ୍ୟ ଏକ ବିମାନ ଦିଲ୍ଲୀରୁ ବାଗଡୋଗ୍ରା ଉଡିବାକୁ ପ୍ରସ୍ତୁତ ହେଉଥିବାବେଳେ ଏଟିସି ପକ୍ଷରୁ ୨୯ଆର୍ ରନ୍‌ୱେ ବ୍ୟବହାର କରିବାକୁ କୁହାଯାଇଥିଲା । ତେବେ ଦିଲ୍ଲୀ-ଅହମ୍ମଦାବାଦ ଫ୍ଲାଇଟ୍‌ର ୪୫ ବର୍ଷୀୟା ପାଇଲଟ୍ ସୋନୁ ଗିଲ୍ ଉକ୍ତ ରନ୍‌ୱେ ଉପରେ ଅନ୍ୟ ଏକ ବିମାନ ଉଡିବାକୁ ପ୍ରସ୍ତୁତ ହେଉଥିବା ଲକ୍ଷ୍ୟ କରି ତୁରନ୍ତ ଏଟିସିକୁ ସୂଚନା ଦେଇଥିଲେ । ଦୁଇଟି ବିମାନ ମଧ୍ୟରେ ସେତେବେଳେ କେବଳ ୧୮୦୦ ଫୁଟର ଦୂରତା ରହିଥିଲା । ତେବେ ମହିଳା ପାଇଲଟ୍‌ଙ୍କ ସୂଚନାକୁ ଆଧାର କରି ଏଟିସି ଅବିଳମ୍ବେ ଦିଲ୍ଲୀ-ବାଗ୍‌ଡୋଗ୍ରା ଫ୍ଲାଇଟ୍‌ର ଉଡାଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking