ଭୁବନେଶ୍ଵର: ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ହେଲେ ଆମକୁ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କିନ୍ତୁ କେଉଁ ପଟକୁ କଡେଇ ଶୋଇବେ ତାହା ଯଦି ଆପଣ ଜାଣି ନାହାନ୍ତି ତାହେଲେ ଆପଣଙ୍କୁ ଠିକ୍ ଭାବରେ ନିଦ ହୋଇନଥାଏ । ତେବେ ଆୟୁର୍ବେଦ ଅନୁଯାୟୀ, ବାମ ପାର୍ଶ୍ୱରେ ଶୋଇବା ଦ୍ଵାରା ଭଲ ସ୍ୱାସ୍ଥ୍ୟ ବଜାୟ ରହେ। କାରଣ ଏହି ଅବସ୍ଥାରେ ଶୋଇଲେ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବାରେ ସାହାଯ୍ୟ କରିଥାଏ । ହୃଦୟ ଆମର ବାମ ପାର୍ଶ୍ୱରେ ଅଛି । ଯେତେବେଳେ ଆପଣ ବାମ ପାର୍ଶ୍ୱରେ ଶୋଇଥାନ୍ତି, ତେବେ ହୃଦୟ ଉପରେ କମ୍ ଚାପ ପଡିଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ ।
ହଜମ କ୍ରିୟାରେ ସାହାଯ୍ୟ :
ବାମ ପାର୍ଶ୍ୱରେ ଶୋଇବା ଦ୍ୱାରା ହଜମ ମଧ୍ୟ ଭଲ ହୁଏ । ଭଲ ନିଦ ପେଟ ସମସ୍ୟାକୁ ଶୀଘ୍ର ସମାଧାନ କରିଥାଏ । ବାମ ପାର୍ଶ୍ୱରେ ଶୋଇବା ଦ୍ୱାରା ଖାଦ୍ୟ ହଜମ ହେବା ସହଜ ହୋଇଥାଏ । ଅଗ୍ନାଶୟ ଠିକ୍ ସମୟରେ ଏନଜାଇମ୍ ମୁକ୍ତ କରିବା ଆରମ୍ଭ କରେ । ଖାଇଥିବା ଖାଦ୍ୟ ମଧ୍ୟ ଆରାମରେ ପେଟ ଦେଇ ନିମ୍ନ ସ୍ତରରେ ପହଞ୍ଚେ ଏବଂ ଖାଦ୍ୟ ଆରାମରେ ହଜମ ହୁଏ । ଏହି କାରଣରୁ, ଆପଣଙ୍କ ପେଟ ସକାଳେ ଆରାମରେ ସଫା ହୋଇଥାଏ । ଯେଉଁ ମହିଳାମାନଙ୍କର ହଜମ ପ୍ରକ୍ରିୟା ବ୍ୟାହତ ହୁଏ, ଡାକ୍ତର ସେମାନଙ୍କୁ ବାମ ପାର୍ଶ୍ୱରେ ଶୋଇବାକୁ ପରାମର୍ଶ ଦିଅନ୍ତି ।
ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭବତୀ ମହିଳାମାନେ ଯଥାସମ୍ଭବ ସେମାନଙ୍କ ବାମ ପାର୍ଶ୍ୱରେ ଶୋଇବା ଉଚିତ୍ । ବାସ୍ତବରେ, ଗର୍ଭାବସ୍ଥାରେ ବାମ ପାର୍ଶ୍ୱରେ ଶୋଇବା ଦ୍ଵାରା ମହିଳାଙ୍କ ଅଣ୍ଟା ଉପରେ ଚାପ କମ୍ ପଡିଥାଏ । ଏହା ସହ ଗର୍ଭାଶୟ ଏବଂ ଗର୍ଭସ୍ଥ ଶିଶୁର ରକ୍ତ ପ୍ରବାହ ସଠିକ୍ ଭାବରେ ହୋଇଥାଏ । ବାମ ପାର୍ଶ୍ୱରେ ଶୋଇବା ଦ୍ୱାରା ସମସ୍ତ ପୋଷକ ତତ୍ତ୍ୱ ପ୍ଲାସେଣ୍ଟାରେ ସହଜରେ ପହଞ୍ଚିଥାଏ ।