28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଆଜିଠୁ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେଉଛି । ଏଥିରେ ଯୋଗ ଦେବା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ସମ୍ମିଳନୀ ଅବସରରେ କିଛି ନେତାଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଭେଟିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ସୀମାରେ ଟେନସନ୍ ଲାଗି ରହିଥିବା ବେଳେ ଦୁଇ ରାଷ୍ଟ୍ର ନେତାଙ୍କ ସମ୍ଭାବ୍ୟ ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି ।

ନିକଟରେ ଭାରକ-ଚୀନ୍ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା । ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗଙ୍କ ସହ ଭେଟ ହେଲେ ସୀମା ବିବାଦ ପ୍ରସଙ୍ଗ ଉଠାଇବେ କି ପ୍ରଧାନମନ୍ତ୍ରୀ ? କରୋନା ମହାମାରୀ ପାଇଁ ଗତ ୩ବର୍ଷ ହେବ ଭର୍ଚୁଆଲରେ ହୋଇଥିଲା ବ୍ରିକ୍ସ ସମ୍ମିଳନୀ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୀର୍ଷ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବୈଠକ ହେବ । ମୋଦି ‘ବ୍ରିକ୍ସ-ଆଫ୍ରିକା ଆଉଟରିଚ ଆଣ୍ଡ ବ୍ରିକ୍ସ ପ୍ଲସ ଡାଇଲଗ’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଏହା ମୋଦିଙ୍କ ତୃତୀୟ ଦକ୍ଷିଣ ଆଫ୍ରିକା ଗସ୍ତ । ଜାତୀୟ ମୁଦ୍ରାରେ ବାଣିଜ୍ୟ କାରବାର ଉପରେ ଏଥର ବ୍ରିକ୍ସରେ ଫୋକସ କରାଯାଇଥିବା ବୈଦେଶିକ ସଚିବ ବିନୟ କ୍ବାତ୍ରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking