ନୂଆଦିଲ୍ଲୀ: ବିଦେଶମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସମେତ ୯ ଜଣ ନବନିର୍ବାଚିତ ରାଜ୍ୟସଭା ସାଂସଦ ସୋମବାର ଶପଥଗ୍ରହଣ କରିଛନ୍ତି । ସଂସଦ ଭବନ ପରିସରରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍କର ଏମାନଙ୍କୁ ଶପଥପାଠ କରାଇଛନ୍ତି । ୨୦୧୯ ପରେ ଜୟଶଙ୍କର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ଜୟଶଙ୍କରଙ୍କ ବ୍ୟତୀତ ଶପଥ ନେଇଥିବା ଅନ୍ୟ ସାଂସଦମାନେ ହେଲେ ବାବୁଭାଇ ଦେଶାଇ (ଗୁଜରାଟ-ବିଜେପି), କେଶରୀଦେବସିଂହ ଦିଗବିଜୟ ସିଂହ ଝାଲା (ଗୁଜରାଟ-ବିଜେପି), ନଗେନ୍ଦ୍ର ରାୟ (ପଶ୍ଚିମବଙ୍ଗ-ବିଜେପି) ଏବଂ ପଶ୍ଚିମବଙ୍ଗର ୫ ଟିଏମ୍ସି ସାଂସଦ ଡେରେକ୍ ଓ’ବ୍ରାଏନ୍, ଡୋଲା ସେନ, ସୁଖେନ୍ଦୁୁ ଶେଖର ରାୟ, ପ୍ରକାଶ ଛିକ୍ ବାରାକ୍ ଓ ସମୀରୁଲ ଇସଲାମ । ଏମାନଙ୍କ ମଧ୍ୟରୁ ୪ ଜଣ ବଙ୍ଗଳା ଭାଷାରେ ଶପଥ ନେଇଥିବାବେଳେ ୩ ଜଣ ହିନ୍ଦୀରେ ଏବଂ ୨ ଜଣ ଇଂରାଜୀରେ ଶପଥପାଠ କରିଛନ୍ତି ।