28.1 C
Bhubaneswar
Monday, October 28, 2024
Homeଦେଶ ବିଦେଶପୂର୍ବତନ ବିଧାୟକଙ୍କ ତାଲିବାନୀ ସଜା! ମହିଳାଙ୍କୁ ଅସଦାଚରଣ କରୁଥିବା ଯୁବକଙ୍କୁ ମାରିଲେ ଗୋଇଠା, ଚଟାଇଲେ ଛେପ

ପୂର୍ବତନ ବିଧାୟକଙ୍କ ତାଲିବାନୀ ସଜା! ମହିଳାଙ୍କୁ ଅସଦାଚରଣ କରୁଥିବା ଯୁବକଙ୍କୁ ମାରିଲେ ଗୋଇଠା, ଚଟାଇଲେ ଛେପ

ରାଞ୍ଚି : ମଧ୍ୟପ୍ରଦେଶର ସିନ୍ଧି ଜିଲ୍ଲାରେ ପରିସ୍ରା କାଣ୍ଡ ଭଳି ଅମାନୁଷିକ ତଥା ଘୃଣ୍ୟ କାର୍ଯ୍ୟର ମାମଲା ଏପର୍ଯ୍ୟନ୍ତ ଶାନ୍ତ ହୋଇନଥିବା ବେଳେ ଝାଡଖଣ୍ଡରେ ଏଭଳି ଏକ ମାମଲା ସାମନାକୁ ଆସଛି । ଏଠାରେ ଜଣେ ସ୍ଥାନୀୟ ନେତା ପଞ୍ଚାୟତ ଡକାଇ ଝିଅଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତଙ୍କୁ ତାଲିବାନ ଷ୍ଟାଇଲରେ ଦେଇଛନ୍ତି ଦଣ୍ଡ । ସମସ୍ତଙ୍କ ସାମ୍ନାରେ ପୂର୍ବତନ ବିଧାୟକ କେବଳ ଯୁବକ ଜଣକୁ ଉଠ ବସ୍ କରିଥିଲେ ତାହା ନୁହେଁ,ବରଂ ତାଙ୍କୁ ଛେପ ପକାଇ ଚାଟିବାକୁ ମଧ୍ୟ ବାଧ୍ୟ କରିଥିଲେ ।

ଏହି ଘଟଣା ବେଳେ ଚାରିପଟେ ଲୋକମାନେ ଠିଆ ହୋଇଥିବା ବେଳେ ଭିଡିଓ ପ୍ରସ୍ତୁତ କରୁଥିଲେ । ଏହି ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁସାରେ, ଏହି ମାମଲା ଝାଡଖଣ୍ଡର ଡୁମକା ଜିଲ୍ଲାର ଜରମୁଣ୍ଡି ବିଧାନସଭାର ସାଧୁଡିହ ଗ୍ରାମର । ଏଠାରେ ଗ୍ରାମବାସୀ ଉକ୍ତ ଅଞ୍ଚଳର ପୂର୍ବତନ ବିଧାୟକ ଦେବେନ୍ଦ୍ର କୁନୱାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଗାଁ ଲୋକମାନେ ଅଭିଯୋଗ କରିଥିଲେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ମହିଳା ଓ ଝିଅଙ୍କୁ ଅସଦାଚରଣ କରୁଥିଲା । କେବଳ ଏତିକି ନୁହେଁ ଯୁବକ ଜଣକ ସେମାନଙ୍କର ଅଶ୍ଳୀଳ ଫଟୋ ମଧ୍ୟ ଉଠାଉଥିଲା ।

ଏହି ଅଭିଯୋଗ ପାଇବା ପରେ ପୂର୍ବତନ ବିଧାୟକ ପଞ୍ଚାୟତ ଡାକି ଯୁବକଙ୍କୁ ଦଣ୍ଡ ଦେଇଥିଲେ । ରବିବାର ଯେତେବେଳେ ଅଭିଯୁକ୍ତ ଯୁବକଙ୍କୁ ଡକାଯାଇ ପଚରାଉଚରା କରାଯାଉଥିଲା ସେତେବେଳେ ପୂର୍ବତନ ବିଧାୟକ ଦେବେନ୍ଦ୍ର କୁନୱାର ଖୁବ୍ ରାଗି ଯାଇଥିଲେ । ସେ ପ୍ରଥମେ ତୌଫିକ୍ ଅନସାରୀ ନାମକ ଅଭିଯୁକ୍ତ ଯୁବକକୁ ଉଠବସ୍ କରାଇଥିଲେ । ଏତିକିରେ ସେ ସନ୍ତୁଷ୍ଟ ନଥିଲେ, ତେଣୁ ସେ ଯୁବକଙ୍କୁ ସଭା ମଝିରେ ଗୋଇଠା ମାରିଥିଲେ । ଏହାପରେ ତୌଫିକକୁ ଛେପ ପକାଇ ପୁଣି ଚାଟିବାକୁ କହିଥିଲେ । ସେଠାରେ ଥିବା ଲୋକମାନେ ଏହି ଘଟଣାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ । ଉଲ୍ଲେଖନୀୟ ଯେ, ପୂର୍ବତନ ବିଧାୟକ ଜଣକ ଜରମୁଣ୍ଡିରୁ ୨ଥର ବିଧାୟକ ହୋଇଥିଲା । ପ୍ରଥମେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ପରେ ବିଜେପିରୁ ଟିକେଟ ନେଇ ବିଧାୟକ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking