ଭୁବନେଶ୍ୱର: ଅତିିରିକ୍ତ ୮ ଫାଟକ ଖୋଲାଯିବା ସହିତ ମୋଟ୍ ୨୦ ଟି ଫାଟକ ଦେଇ ହୀରାକୁଦ ନଦୀବନ୍ଧରୁ ବନ୍ୟା ଜଳ ନିଷ୍କାସନ ଜାରି ରହିିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିବା ବେଳେ ବାମପାର୍ଶ୍ବର ୧୩ ଓ ଦକ୍ଷିଣ ପାର୍ଶ୍ବର ୭ଟି ଫାଟକ ଦେଇ ପ୍ରାୟ ୩ ଲକ୍ଷ ୫୫ ହଜାର ୭୯୩ କ୍ୟୁସେକ ଜଳ ମହାନଦୀରେ ନିଷ୍କାସିତ ହେଉଛି।
ସେହିପରି ଏହି ସମୟରେ ମୁଣ୍ଡଳି ଦେଇ ୨ ଲକ୍ଷ ୬୧ ହଜାର ୫୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ପ୍ରବେଶ ହ୍ରାସ ସହ ମହାନଦୀରେ ଜଳ ନିଷ୍କାସନ ପରିମାଣକୁ ହ୍ରାସ କରାଯିବ ବୋଲି ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।