27.1 C
Bhubaneswar
Sunday, September 29, 2024
Homeଓଡିଶାଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା | ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚିବେ | ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବାକୁ ଥିବାବେଳେ ଶନିବାର ଦିନ ୧୧ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ | ଦିନ ୧୨ଟାରୁ ସାଢ଼େ ୧୨ଟା ୩୦ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ |

ଏହା ପରେ ୦୧: ୨୦ ମିନିଟରେ ବିଜେପି ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ | ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking