28.1 C
Bhubaneswar
Sunday, November 24, 2024
Homeଓଡିଶାରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ରାଜ୍ୟରେ ଲାଗି ରହିଥିବା ବର୍ଷାଜନିତ ବନ୍ୟା ସ୍ଥିତିକୁ ନେଇ ଏସଆରସି ସତ୍ୟବ୍ରତ ସାହୁ ସୂଚନା ରଖିଛନ୍ତି । ରାଜ୍ୟରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଥିବା କହିଛନ୍ତି ଏସଆରସି । ଦିଆଯାଇଥିବା ସୂଚନା ଅନୁସାରେ ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ ।

ଏହା ବ୍ୟତୀତ ଏସଆରସି ତାଙ୍କ ସୂଚନାରେ ଆହୁରି କହିଛନ୍ତି ଯେ, ସମ୍ଭାବ୍ୟ ବନ୍ୟା ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି । ଏଥିଲାଗି ୨୩ ଓଡ୍ରାଫ୍, ୮ ଏନ୍‌ଡିଆର୍‌ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଛି । ମହାନଦୀ ମୁଣ୍ଡଳିରେ ଏବେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରଭାବିତ ହେଉଛି । ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେବା ସମ୍ଭାବନା ଥିବା କହିଛନ୍ତି ଏସଆରସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking