32.1 C
Bhubaneswar
Friday, October 18, 2024
Homeଅପରାଧଚାଞ୍ଚଲ୍ୟ ! ମହିଳାଙ୍କୁ ଗୁଳି କରିବା ପରେ ଜୀବନ ହାରିଲା ହତ୍ୟାକାରୀ

ଚାଞ୍ଚଲ୍ୟ ! ମହିଳାଙ୍କୁ ଗୁଳି କରିବା ପରେ ଜୀବନ ହାରିଲା ହତ୍ୟାକାରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ଦିଲ୍ଲୀର ଦାବ୍ରି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି । ମହିଳାଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ୪୨ ବର୍ଷୀୟ ରେଣୁ ଗୋୟଲ ଏବଂ ତାଙ୍କୁ ଆଶିଷ ନାମକ ୨୩ ବର୍ଷୀୟ ଯୁବକ ଗୁଳି କରିଛି । ତେବେ ରେଣୁକୁ ହତ୍ୟା କରିବା ପରେ ଆଶିଷ ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଥିବାର ଏବେ ସୂଚନା ମିଳିଛି ।

ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ହତ୍ୟାକାଣ୍ଡ ଘଟିଥିଲା । ରେଣୁଙ୍କୁ ତାଙ୍କରି ଘର ସାମ୍ନାରେ ଆଶିଷ ଏକ ଦେଶୀ ପିସ୍ତଲରେ ଗୁଳି କରିଥିଲା ଏବଂ ସଙ୍ଗେ ସଙ୍ଗେ ସେଠାରୁ ଫେରାର୍ ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଧରିବାକୁ ତା ‘ ଘରେ ପହଞ୍ଚିବା ବେଳକୁ ଛାତ ଉପରେ ଆଶିଷର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା । ଅଭିଯୁକ୍ତ ନିଜକୁ ଗୁଳି କରିଦେଇଥିଲା । ତେବେ ପୋଲିସର ଛାନଭିନରୁ ଜଣାପଡିଛି ଯେ, ରେଣୁ ଓ ଆଶିଷ ପରସ୍ପରକୁ ଜାଣିଥଲେ ।

କିଛି ବର୍ଷ ହେବ ଦୁହେଁ ଏକାଠି ଜିମ୍ ଯାଉଥିଲେ ଓ ସେଇଠୁ ହିଁ ସେମାନଙ୍କ ଭିତରେ ଚିହ୍ନା ପରିଚୟ ହୋଇଥିଲା । ରେଣୁ ଗୃହିଣୀ ଥିଲେ । ନିଜର ତିନି ସନ୍ତାନ ଓ ସ୍ୱାମୀଙ୍କ ସହ ବସବାସ କରୁଥିଲେ । ଦ୍ୱାରକା ଡିସିପି ହର୍ଷବର୍ଦ୍ଧନ ଘଟଣା ସମ୍ପର୍କରେ କହିଛନ୍ତି ଯେ, ଜଣେ ୪୨ ବର୍ଷୀୟା ମହିଳାଙ୍କୁ ଗୁଳି କରାଯାଇଥିବା ନେଇ ରାତି ପାଖାପାଖି ୮ଟା ୪୫ ମିନିଟ୍ ସମୟରେ ଖବର ମିଳିଥିଲା । ଅତି ପାଖରୁ ମହିଳାଙ୍କ ମୁଣ୍ଡକୁ ଗୁଳି କରାଯାଇଛି । ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ହେଲେ ପୋଲିସ ପ୍ରତିଟି ଦିଗରୁ ମାମଲାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking