16.1 C
Bhubaneswar
Friday, January 10, 2025
Homeଦେଶ ବିଦେଶହିମାଚଳରେ ୨୪ ଦିନରେ ୨୭ ବାଦଲଫଟା ବର୍ଷା, ୧୫୮ ମୃତ

ହିମାଚଳରେ ୨୪ ଦିନରେ ୨୭ ବାଦଲଫଟା ବର୍ଷା, ୧୫୮ ମୃତ

ନୂଆଦିଲ୍ଲୀ : ଦେଶର ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକରେ ଭୀଷଣ ବର୍ଷା ଲାଗିରହିଛି । ଏହା ଯୋଗୁଁ ଏହି ରାଜ୍ୟଗୁଡ଼ିକରେ ବନ୍ୟା ଭଳି ସ୍ଥିତି ଦେଖାଦେଇଛି । ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ରାସ୍ତା ରୋକିଦେଇଛି । ହିମାଚଳ ପ୍ରଦେଶରେ ଜୁନ୍‌ମାସରୁ ବର୍ତ୍ତମାନ ମଧ୍ୟରେ ପ୍ରାୟ ୩୫ ଥର ବାଦଲଫଟା ବର୍ଷା ହୋଇଛି । ଗତ ୨୪ ଦିନ ମଧ୍ୟରେ ୨୭ ଥର ଏହି ଘଟଣା ଦେଖିବାକୁ ମିଳିଛି । ରାଜ୍ୟରେ ଦେଖାଦେଇଥିବା ବନ୍ୟାରେ ୨୍ରାୟ ୧୫୮ ଲୋକଙ୍କର ମୃତ୍ୟୁ ଘଟିଛି ।

୬୦୬ ଘର ଧ୍ୱଂସ ହୋଇଥିବା ବେଳେ ୫୩୬୩ଟି ଘର କ୍ଷତିଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରୀନାଥ ନାସ୍‌ନାଲ୍ ହାଇୱେର ପ୍ରାୟ ୨୦୦ ମିଟର ଅଂଶ ବର୍ଷା ଯୋଗୁଁ ଭାସିଯାଇଛି । ହାଇୱେ ବନ୍ଦ ହେବାରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସେହିପରି ଦିଲ୍ଲୀରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି । ଯମୁନା ନଦୀର ଜଳ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ମଙ୍ଗଳବାର ସକାଳେ ଜଳସ୍ତର ୨୦୫.୪୫ ମିଟର ରେକର୍ଡ କରାଯାଇଛି । ଆଜି ମଧ୍ୟ ସେଠାରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ହିଣ୍ଡନ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନୋଇଡା ଇକୋ-ଟେକ୍ ଅଞ୍ଚଳରେ ଶତାଧିକ ବାହନ ପାଣିରେ ବୁଡ଼ିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking