28.1 C
Bhubaneswar
Thursday, September 19, 2024
Homeଓଡିଶାବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା : ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ...

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା : ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର : ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା । ପ୍ରାଥମିକ ତଦନ୍ତ ଆରମ୍ଭ କଲେ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ । ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ସୂଚନା ଦେଇଛନ୍ତି ।
ବିଦ୍ୟାଳୟ ପରିସରରେ ବିଧାୟକଙ୍କ ଜନ୍ମଦିନର କେକ୍ କାଟିଥିଲେ କୁନି ଛାତ୍ରଛାତ୍ରୀ । ଛୁଟି ଦିନରେ ପିଲାମାନଙ୍କୁ ବିଦ୍ୟାଳୟକୁ ଡାକି କର୍ମୀ ଓ ସମର୍ଥକ କାଟିଲେ କେକ୍ । ସରକାରୀ ବିଦ୍ୟାଳୟ ପରିସରରେ କୌଣସି ବ୍ୟକ୍ତିଗତ ଉତ୍ସବ ପାଳନ ନିୟମ ନଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଜ୍ରଗିରି ପ୍ରକଳ୍ପ ବିଦ୍ୟାଳୟରୁ ଆସିଥିଲା ଏଭଳି ଚିତ୍ର । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ କେକ୍ କାଟିଥିଲେ ଛାତ୍ରଛାତ୍ରୀ । ଏପରିକି ସ୍କୁଲର ନାମକୁ ଘୋଡ଼ାଇ ଦେଇ ନେତାଙ୍କ ଜନ୍ମଦିନ ପୋଷ୍ଟର ମାରିଥିଲେ ସମର୍ଥକ । ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ପାଇଁ ଉପନିର୍ବାଚନ ହେଉଥିବା ବେଳେ ଆଚରଣ ବିଧି ଉଲ୍ଲଘଂନ କରି ସ୍କୁଲ ପରିସରରେ ବିଧାୟକଙ୍କ ଜନ୍ମଦିନ ପାଳନ କରିବାକୁ ନାପସନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking