27.1 C
Bhubaneswar
Saturday, October 19, 2024
Homeଓଡିଶାଗୋଟିଏ ଦିନରେ ୭୫ ଫୌଜଦାରୀ ମାମଲାର ରାୟ ପ୍ରକାଶ କଲେ ହାଇକୋର୍ଟ

ଗୋଟିଏ ଦିନରେ ୭୫ ଫୌଜଦାରୀ ମାମଲାର ରାୟ ପ୍ରକାଶ କଲେ ହାଇକୋର୍ଟ

କଟକ: ହାଇକୋର୍ଟ ଆଜି ଗୋଟିଏ ଦିନରେ ୭୫ଟି ଫୌଜଦାରୀ ମାମଲାର ରାୟ ପ୍ରକାଶ କରିଛନ୍ତି । ବିଚାରପତି ଦେବବ୍ରତ ଦାଶ ଓ ଡ. ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଏହା ଏକ ମାଇଲଖୁଣ୍ଟ ପରି ଓଡ଼ିଶା ତଥା ଭାରତର ନ୍ୟାୟିକ ଇତିହାସକୁ ଗୌରବୋଜ୍ୱଳ କରିଛି ବୋଳି କୁହାଯାଇଛି ।

ହାଇକୋର୍ଟର ସମସ୍ତ ଐତିହାସିକ କୃତିତ୍ୱ ସହ ବର୍ତ୍ତମାନର ଏହି ୭୫ ଫୌଜଦାରୀ ମାମଲାର ରାୟ ଗତ ୭ ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି । ଏହାଦ୍ୱାରା ଦେଶର ସାମ୍ବିଧାନିକ ତଥା ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି । ଏହି ଫୌଜଦାରୀ ମାମଲାଗୁଡ଼ିକ ଗତ ୭ ବର୍ଷ ବା ତଦୁର୍ଦ୍ଧ ସମୟ ଧରି ହାଇକୋର୍ଟରେ ବିଚାରାଧୀନ ଥିଲା । ସମସ୍ତ ମାମଲା ରାଜ୍ୟର ଜିଲା କୋର୍ଟଗୁଡ଼ିକ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାର ପାଇଁ ପଡ଼ିରହିଥିଲା । ଆଉ ସବୁଗୁଡ଼ିକ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୨ ଧାରାରେ ହତ୍ୟା ମାମଲା ଥିଲା ।

୨୦୨୩ ଜୁନ୍ ୨୧ ତାରିଖଠାରୁ ଏହି ମାମଲାଗୁଡ଼ିକର ଶୁଣାଣି ଚାଲିଥିଲା । ବିଶେଷ କରି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେଉଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ପ୍ରତି ଏହା ଏକ ଯଥାଯୋଗ୍ୟ ସମ୍ମାନ ହୋଇପାରିଛି । ଯାହାକି ସୁପ୍ରିମକୋର୍ଟରେ ୨୦୨୨ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ନ୍ୟାୟପାଳିକାରେ ଫୌଜଦାରୀ ମାମଲାଗୁଡ଼ିକ ବିଚାର ନହୋଇ ଦୀର୍ଘ ଦିନ ଧରି ପଡ଼ିରହୁଛି । ଏହାଦ୍ୱାରା ବହୁସଂଖ୍ୟକ ନିରୀହ ଲୋକ ବିଳମ୍ବିତ ନ୍ୟାୟ ପାଇଁ ନାନା ଭାବରେ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ସେମାନେ ଜୀବନ ବିତାଉଛନ୍ତି । ସେମାନଙ୍କର ମୂଲ୍ୟବାନ ଜୀବନ ଓ ସମୟରେ ଜେଲ ମଧ୍ୟରେ ନଷ୍ଟ ହୋଇଯାଉଛି । ହେଲେ ସେମାନଙ୍କ ମାମଲାର ଫଏସଲା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରୁ ନାହିଁ ବୋଲି ରାଷ୍ଟ୍ରପତି ଉଦ୍‌ବେଗ ପ୍ରକାଶ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking