27.1 C
Bhubaneswar
Friday, October 18, 2024
Homeଓଡିଶାହୀରାକୁଦରେ ବଢୁଛି ଜଳସ୍ତର, ଫୁଲୁଛି ମହାନଦୀ

ହୀରାକୁଦରେ ବଢୁଛି ଜଳସ୍ତର, ଫୁଲୁଛି ମହାନଦୀ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଏବେ ୫ଟି ଗେଟ୍‌ ଦେଳ ପ୍ରବାହିତ ହେଉଛି ବନ୍ୟା ଜଳ । ଗତକାଲି ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।

ଏବେ ଡ୍ୟାମର ଜଳସ୍ତର ରହିଛି ୬୧୪.୬୯ ଫୁଟ୍‌ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୯୩ ହଜାର ୬୧ କ୍ୟୁସେକ୍‌ ପାଣି । ୧ ଲକ୍ଷ ୧୭ହଜାର ୧୨୬ କ୍ୟୁସେକ୍‌ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ପାଣି ଛାଡ଼ିଥିବାରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ଆଲର୍ଟରେ ଅଛନ୍ତି । ଲୋକଙ୍କୁ ସଚେତନ କରାଉଛି ସ୍ଥାନୀୟ ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking