18.1 C
Bhubaneswar
Monday, December 16, 2024
Homeଓଡିଶାସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ, ଚାରିଆଡୁ ବିରୋଧ ପରେ ଏବେ ମାଗିଲେ କ୍ଷମା

ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ, ଚାରିଆଡୁ ବିରୋଧ ପରେ ଏବେ ମାଗିଲେ କ୍ଷମା

ନୂଆଦିଲ୍ଲୀ: ପ୍ରବଚକ ଅମୋଘ ଲିଲା ଦାସ ଦେଇଥିବା ବିବାଦୀୟ ବୟାନ ପାଇଁ ଏବେ କ୍ଷମା ମାଗିଛନ୍ତି । ଅମୋଘ ଲିଲା ଦାସ ମାଛ ଖାଇବାକୁ ନେଇ ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀପରେ ଇସ୍କନ ସଂଗଠନ ତରଫରୁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହାପରେ ଆଜି ପ୍ରବଚକ କ୍ଷମା ମାଗିବା ସହ କହିଛନ୍ତି କି, ସେ କାହାର ଭାବନା ଉପରେ ଉର୍ଦ୍ଦେଶ୍ୟମୂଳକ ଭାବେ ଦୁଃଖ ପହଂଚାଇବାକୁ ଚାହିଁନାହାଁନ୍ତି । ସୂଚନା ଥାଉକି ଅମୋଘ ଇଣ୍ଟରନ୍ୟାସନାଲ ସୋସାଇଟ ଅଫ୍ କୃଷ୍ଣା କୋଶ୍ନିୟସନେଓ ଇସ୍କନ ସଂଗଠନ ସହ ଜଡିତ । ହେଲେ ଯେତେବେଳେ ସେ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ତାହା ପରେ ଇସ୍କନ ତରଫରୁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
ଅମୋଘ ଲିଲା ଦାସଙ୍କ ତରଫରୁ ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓ ମାଧ୍ୟମରେ ସେ ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି କି ସେ କୌଣସି ଲୋକଙ୍କୁ କଷ୍ଟ ଦେବାକୁ ଚାହୁଁ ନାହାଁନ୍ତି । ସେ କହିଛନ୍ତି ଏହି ଭିଡିଓ ମାଧ୍ୟମରେ ସେ ସମସ୍ତ ଲୋକ ଓ ସନ୍ଥମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ମୋ ମନରେ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ପ୍ରତି ସମ୍ମାନ ରହିଛି । ଆଗକୁ ଯେଭଳି ଏ ପ୍ରକାରର ଭୁଲ ନହେବ ତାହା ଉପରେ ନିଜେ ସତର୍କ ରହିବେ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking