34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଅଢ଼େଇ ଟନ୍ ଟମାଟୋ ବୋଝେଇ ଟ୍ରକ୍ ହାଇଜାକ୍‌

ଅଢ଼େଇ ଟନ୍ ଟମାଟୋ ବୋଝେଇ ଟ୍ରକ୍ ହାଇଜାକ୍‌

ବେଙ୍ଗାଲୁରୁ :କର୍ଣ୍ଣାଟକରେ ଅଢ଼େଇ ଟନ୍ ଟମାଟୋ ବୋଝେଇ ଏକ ଟ୍ରକ୍ ହାଇଜାକ୍ ହୋଇଥିବା ଖବର ଜଣାପଡ଼ିଛି । ଏହାର ମୂଲ୍ୟ ୩ ଲକ୍ଷ ଟଙ୍କା କୁହାଯାଉଛି । ପୁଲିସ ଅନୁସାରେ ଜୁଲାଇ ୮ ତାରିଖରେ ଚାଷୀ ମଲ୍ଲେଶ ଟ୍ରକ୍‌ରେ ଟମାଟୋ ନେଇ କୋଲାର୍ ଯାଉଥିବା ବେଳେ ଟ୍ରକ୍‌ଟି ବେଙ୍ଗାଲୁରୁ ନିକଟସ୍ଥ ଚିକ୍କାଜଲାରେ ଏକ କାର୍‌କୁ ଧକ୍କା ଦେଇଥିଲା ।

ଫଳରେ କାର୍‌ର କାଚ ଭାଙ୍ଗିଯାଇଥିଲା । କାର୍‌ରେ ବସିଥିବା ତିନିଜଣ ଲୋକ ମଲ୍ଲେଶ ଓ ଡ୍ରାଇଭର୍‌ଙ୍କ ଅଟକାଇ ସେମାନଙ୍କୁ ଅପଶବ୍ଦ କହିବା ସହିତ ବଡ଼ ପରିମାଣର କ୍ଷତିପୂରଣ ଦାବି କରିଥିଲେ । ଚାଷୀ ମଲ୍ଲେଶ ପାଖରେ ଅର୍ଥ ନଥିବା ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ବୁଝି ନଥିଲେ । ପୁଲିସ ଅନୁସାରେ ଅଭିଯୁକ୍ତମାନେ ମଲ୍ଲେଶଙ୍କ ଧକ୍କାଦେବା ସହିତ ଟ୍ରକ୍ ନେଇ ଫେରାର୍ ହୋଇଯାଇଥିଲେ । ମଲ୍ଲେଶଙ୍କ ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁକରି ତିନି ଅଭିଯୁକ୍ତଙ୍କ ତଲାସ ଚଳାଇଛି । ଏହା ପୂର୍ବରୁ ଜୁଲାଇ ୪ ତାରିଖ ରାତିରେ ଚୋରମାନେ କର୍ଣ୍ଣାଟକର ହାସନ୍ ଜିଲ୍ଲା ଅନ୍ତର୍ଗତ ଗୋନି ସୋମନହଲ୍ଲୀ ଗାଁର ଜଣେ ମହିଳା ଚାଷୀଙ୍କ ବିଲରୁ ଅଢ଼େଇ ଲକ୍ଷ ଟଙ୍କାର ଟମାଟୋ ଚୋରାଇ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking