17.1 C
Bhubaneswar
Saturday, December 28, 2024
Homeଓଡିଶାପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ କେନ୍ଦୁଝରରେ ୨.୮୧ ଲକ୍ଷ ପରିବାର ପାଇବେ ପାଣି

ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ କେନ୍ଦୁଝରରେ ୨.୮୧ ଲକ୍ଷ ପରିବାର ପାଇବେ ପାଣି

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି। କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲ୍ଲା। ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଖଣିଜ ଅଂଶ ରହିଥିବାରୁ ତାହା ପିଇବା ଉପଯୋଗୀ ହୋଇନଥାଏ। ତେଣୁ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲାଗି ଜିଲ୍ଲାର ଉଭୟ ଗାଁ ଓ ସହରାଞ୍ଚଳରେ ମୁଖ୍ୟତଃ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି।
ଜିଲ୍ଲାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ୫ଟି ବୃହତ୍ ଗ୍ରାମ୍ୟ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ତା’ ଭିତରୁ ୪ଟି ପ୍ରକଳ୍ପ ଲାଗି ଓମ୍ବାଡସି ପୂର୍ଣ୍ଣ ସହାୟତା ଦେଉଛି। ଅନ୍ୟ ଗୋଟିଏ ପ୍ରକଳ୍ପ ପାଇଁ ଓମ୍ବାଡସି ସହ ଡିଏମଏଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଉଛି। “ଆଗରୁ ପିଇବା ପାଣି ପାଇବା ଲାଗି ଆମକୁ ବହୁତ ଅସୁବିଧା ହେଉଥିଲା। ଏଥିପାଇଁ ଅନେକ ସମୟରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା। କିନ୍ତୁ ଏବେ ଘର ପାଖରେ ପାଇପ୍ ଯୋଗେ ସୁବିଧାରେ ପାଣି ମିଳୁଛି। ଏଥିରେ ମୁଁ ରୋଷେଇବାସ କରିବା ସହିତ ଅନ୍ୟ ଘରୋଇ କାମରେ ପାଣିକୁ ବ୍ୟବହାର କରିପାରୁଛି। ମୋର ସମୟ ମଧ୍ୟ ବଞ୍ଚୁଥିବାରୁ ଏବେ ମୁଁ ଅନ୍ୟ କାମ କରିପାରୁଛି’’, କହନ୍ତି ହାଟଡିହି ବ୍ଲକ୍ ବାଙ୍ଗୋର ଗ୍ରାମପଞ୍ଚାୟତର ଜଣେ ଗୃହିଣୀ ଜ୍ୟୋତ୍ସ୍ନାରାଣୀ ଧଳ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking