28.1 C
Bhubaneswar
Thursday, September 19, 2024
Homeଓଡିଶା୫ରୁ ବଢ଼ିବ ବର୍ଷା ପରିମାଣ

୫ରୁ ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ରିୟ ଥିବାରୁ କାଁ ଭାଁ ବର୍ଷା ହେଉଥିଲା। ତାପମାତ୍ରା ବୃଦ୍ଧି ପାଇବା ଏବଂ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବାରୁ ଗୁଳୁଗୁଳି ଅନୁଭୂତ ହେଉଥିଲା। ଆଗକୁ ମୌସୁମୀ ସକ୍ରିୟ ହେବା ସମ୍ଭାବନା ଥିବାରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରବିବାର ମୌସୁମୀ ବାୟୁ ସହିତ ଜଡିତ ନିମ୍ନଚାପରେଖା ବିକାନେର, ଗ୍ବାଲିଅର, ସିଦ୍ଧି, ଅମ୍ବିକାପୁର ଦେଇ ଓଡ଼ିଶାର ବାଲେଶ୍ବର ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି।

ଅର୍ଥାତ ଏହା ସ୍ବାଭାବିକ ଅବସ୍ଥାନରୁ ଦକ୍ଷିଣରେ ରହୁଥିବାରୁ ମୌସୁମୀ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି।ନିମ୍ନ ଚାପରେଖା ଯେହେତୁ ସ୍ବାଭାବିକ ଅବସ୍ଥାନରୁ ଦକ୍ଷିଣରେ ରହିଛି ଏବଂ ବାଲେଶ୍ବରରେ ଅତିକ୍ରମ କରୁଛି, ତେଣୁ ଉପକୂଳବର୍ତ୍ତୀ ଜିଲା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଏହି ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ରହିବ। ୫ ତାରିଖ ବେଳକୁ ବର୍ଷା ପରିମାଣ ବୃଦ୍ଧି ପାଇବ।

ଉତ୍ତର, ଦକ୍ଷିଣ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲାରେ ବର୍ଷା ବଢ଼ିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ଉତ୍ତର-ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୪ମିମି ତୁଳନାରେ ୮୭% କମ ରହିଛି। ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ରାଜନଗରରେ ୭୦ ମିମି ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking