ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ନିୟୋଜିତ ଥିବା ଜିଏସଟିର ଜଣେ ଅଧିକାରୀଙ୍କୁ ନିଜ ଜାଲରେ ଫସାଇ କଳ୍ପନା ମିଶ୍ରା ନାମକ ଜଣେ ମହିଳା ବିବାହ କରିଥିଲେ । ମହିଳା ଜଣକ ନିଜକୁ ଜଣେ ଆଇଏଏସ ଅଧିକାରୀର ପରିଚୟ ଦେଇଥିଲେ । ପରେ ଜଣାପଡ଼ିଥିଲା ଉକ୍ତ ମହିଳା କେ?ଣସି ଆଇଏଏସ ନୁହନ୍ତି । ଏହାପରେ ଜିଏସଟି ଅଧିକାରୀ ଜଗଦିଶପୁରା ଥାନାରେ ଏକ ମାମଲା ରୁଜୁ କରିଥିଲେ । ମାମଲା ରୁଜୁ ହେବାପରେ ଯାଞ୍ଚରୁ ଜଣାପଡ଼ିଥିଲା କି ନକଲି ଆଇଏଏସ ଅଧିକାରୀ ହୋଇଥିବା କଳ୍ପନା ମିଶ୍ରାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଥିବା ବେଳେ ସେ ଏମିତି ଅନେକ ଲୋକଙ୍କୁ ଠକି ନିଜ ଜାଲରେ ଫସାଇସାରିଛନ୍ତି । ଏହି ଠକ ମହିଳା ସୁଲତାନପୁରରେ ବସବାସ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଠକ ମହିଳାଙ୍କ ପରିଚୟ ଜିଏସଟି ଅଧିକାରୀ ନେବିଲ କୁମାରଙ୍କ ସହିତ ଫେସବୁକ ଜରିଆରେ ହୋଇଥିଲା । ଜିଏସଟି ଅଧିକାରୀଙ୍କ ସହିତ କଳ୍ପନା କଥା ହେବା ସମୟରେ ନିଜକୁ ଅବିବାହିତ କହିବା ସହିତ ସେ ଜଣେ ଆଇଏଏସ ଅଧିକାରୀ ବୋଲି କହିଥିଲେ ।
ଏହାପରେ କଳ୍ପନା ଅଧିକାରୀଙ୍କୁ ନିଜ ଜାଲରେ ଫସାଇ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ । ଅଧିକାରୀ ବି ମହିଳାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଏହାପରେ ବିବାହ ସାମଗ୍ରୀ କିଣିବା ପାଇଁ ସେ ଜିଏସଟି ଅଧିକାରୀଙ୍କୁ ୭୧ହଜାର ଟଙ୍କା ମାଗିଥିଲେ । ଏମିତି ଗୋଟିଏ ପରେ ଗୋଟିଏ ଦାବି କରିଚାଲିଥିଲେ କଳ୍ପନା । ଜିଏସଟି ଅଧିକାରୀ ତାଙ୍କ ସଞ୍ଜୟ ପୁଞ୍ଜି ଧୀରେଧୀରେ ଖର୍ଚ୍ଚ କରି ସବୁ ଶେଷ କରି ଦେଇଥିଲେ । ଟଙ୍କା ଦେବା ବନ୍ଦ କରିଦେବା ପରେ କଳ୍ପନା ଜିଏସଟି ଅଧିକାରୀଙ୍କୁ ଆଉ ଧରାଛୁଆଁ ଦେଲାନାହିଁ । ଏହାପରେ ଯାଞ୍ଚ କରିବାରୁ ଜଣାପଡ଼ିଥିଲା କି କଳ୍ପନା କେ?ଣସି ଆଇଏଏସ ଅଧିକାରୀ ନୁହନ୍ତି, ସେ ବିବାହିତ ତାଙ୍କର ସ୍ୱାମୀଙ୍କ ନାମ ମନୋଜ ତିୱାରୀ । ଏହା ଜାଣିବାପରେ ଜିଏସଟି ଅଧିକାରୀଙ୍କ ହୋସ ଉଡ଼ିଯାଇଥିଲା । ଏହି ଘଟଣାରେ ଜିଏସଟି ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ସେ କଳ୍ପନାଙ୍କ ନାମରେ ମାମଲା ରୁଜୁ କରିବା ପରେ ଲମ୍ବା ଛୁଟିରେ ଚାଲି ଯାଇଛନ୍ତି । ତାଙ୍କ ସହ ଯୋଗାଯୋଗ ବି କରି ହେଉନାହିଁ ବୋଲି ପୁଲିସ କହିଛି ।